#Breaking News

ବିଜେପି ଅନୁସୂଚିତ ଜାତି ମୋର୍ଚା ର ସାମ୍ବାଦିକ ସମ୍ମିଳନୀ


ଫୁଲବାଣୀ (ସୁନୀଲ ପଟନାୟକ ) କେନ୍ଦ୍ରାପଡା ଜିଲ୍ଲାରେ ବାଳକାଟି ପଞାୟତର ହରିଶ୍ଚନ୍ଦ୍ର ମଲ୍ଲିକ ତାଙ୍କ ପଞାୟତର ନରେ ଗାଁ ରେ ହୋଇଥିବା ସରକାରଙ୍କର ଯୋଜୋନା ଗୁଡିକୁ ଦୁର୍ନୀତି ର ପରଦା ଫାର୍ସ କରିବା ସହିତ ବିଭିନ୍ ଗଣମାଧ୍ୟମ ରେ ସମ୍ବାଦ ପ୍ରକାଶ କରିଥିଲେ ସେଠାରେ ଥିବା ଶାସକ ଦଳର କର୍ମୀମାନେ ହରିଶ୍ଚନ୍ଦ୍ର ମଲ୍ଲିକ ଓ ତାଙ୍କ ପରିବାରକୁ ମାରଣାତ୍ମକ ଆକ୍ରମଣ କରିଥିଲେ ଯାହାଫଳରେ ନବକିଶୋର ପରିବାର ଲୋକ ଭୟରେ ଗାଁ ଛାଡିଥିଲେ | ସେହିଭଳି ଭାବରେ ନାଉଗାଁ ଦଳିତ ମହିଳା ମାନେ ମନରେଗା କାର୍ଯ୍ୟ କରିଥିଲେ ତାଙ୍କର୍ ପାରିଶ୍ରମିକ 82 ଟଙ୍କା ଦିଆ ଯାଇଥିଲା | ଏହାର ପ୍ରତିବାଦ କରି ନାଉଗାଁ ବ୍ଲୋକ ଆଗରେ ଧାରଣାରେ ବସିଥିଲେ | ବିଜେଡି ନେତା ଙ୍କର ନିଦ୍ଦେର୍ଶ ଅନୁସାରେ ରାତି ଅଧିଆ ମହିଳାମାନଙ୍କ ଉପରେ ଆକ୍ରମଣ କରିଥିଲେ | ଦିନକୁ ଦିନ ଅନୁସୂଚିତ ଜାତୀୟ ଓ ଜନଜାତିଙ୍କ ଉପରେ ଆକ୍ରମଣ ହଉଥିଲେ ମଧ୍ୟ ପୋଲିସ୍ ର ସେହିଭଲି ଆଖିଦୃଷ୍ଟିଆ ପଦେକ୍ଷପ ଦେଖିବାକୁ ମିଳୁନି | ଯାହାଫଳରେ ଶାସକ ଦଳରେ ଥିବା ଗୁଣ୍ଡା ଶ୍ରେଣିର ଲୋକ କୁ ଘଣ୍ଟ ଘୋଡାଉ ଥିବା ସ୍ପଷ୍ଟ ବାରି ହୋଇପଡ଼ୁଛି | ଏହାକୁ ଦୃଷ୍ଟିରେ ରଖି ବିଜେପି ର ଅନୂସୁଚିତ ଜାତି ମୋର୍ଚା ର ଏକ ସାମ୍ବାଦିକ ସମ୍ମିଳନୀ ହୋଇଥିଲା | ଏଥିରେ ଯଦି ଅନୂସୁଚିତ ଜାତିଙ୍କ ଉପରେ ବରମ୍ବାର ଆକ୍ରମଣ ଓ କେନ୍ଦ୍ରାପଡ଼ା ନାଉଗାଁ ରେ ହୋଇଥିବା ଘଟଣା ଦୋଷୀ କୁ ଦଣ୍ଡ ଦେବାପାଇଁ ଆଗାମୀ 11 ତାରିଖରେ ଫୁଲବାଣୀ ଜିଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ସୂଚନା ଦେଇଛନ୍ତି ଅନୂସୁଚିତ ଜାତି ମୋର୍ଚାର ଜିଲା ସଭାପତି ଅନନ୍ତ କୁମାର ଦିଗାଲ୍

Leave a comment

Your email address will not be published. Required fields are marked *