#Breaking News

ବିଧାୟକ ହୋଇ ବି ଚାଷକୁ ଭୁଲି ନାହାନ୍ତି ଅଙ୍ଗଦ କହଁର


ଫୁଲବାଣୀ-(ସୁନୀଲପଟନାୟକ)
ପ୍ରଥମେ ମୁ ଜଣେ ଚାଷୀ, ବୃତ୍ତି ମୋର ଚାଷ,ତାପରେ ବିଧାୟକ ବୋଲି କହିଛନ୍ତି ଫୁଲ ବାଣୀ ବିଧାୟକ ଅଙ୍ଗଦ କହଁର। ଚାଷ ପ୍ରତି ଏବେ ବି ରୁଚି ରହିଛି ତାଙ୍କର ।
ବାପା ଅଜା ପୁର୍ବପୁରୁଷ ରୁ ତାଙ୍କର ଚାଷ ହିଁ ଚାଲିଆସିଛି ।
ଗତ ୨୦୧୯ ନିର୍ବାଚନରେ ପ୍ରଥମଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ଅଙ୍ଗଦ l
ହେଲେବିଧାୟକ ହୋଇ ମଧ୍ୟ ତାଙ୍କୁ ଆଜିକାଲିର ଆଧୁନିକତାର ଛାପ ଛୁଇଁପାରିନି ।
ପୂର୍ବରୁ ଯେମିତି ସେ ଧଳା ଧୋତି ଓକୁର୍ତ୍ତା ସାଙ୍ଗଙ୍କୁ ସାଧାରଣ ଚପଲ ପିନ୍ଧୁଥିଲେ ଏବେବି ସେୟା । ତାଙ୍କର ଚାଲିଚଳନରେ କୌଣସି ପରିବର୍ତ୍ତନ ମଧ୍ୟ ଦେଖିବାକୁ ମିଳିନି ‘lବ୍ୟସ୍ତବହୁଳ ଜୀବନ ମଧ୍ୟରେ ଏବେବି ଗାଁରେ ପୁଅ ମାନଙ୍କ ସହ ବିଲକୁ ଯାଇ ମନ ଆନନ୍ଦ ରେ ଗୀତ ଗାଇ ଗାଇ ହଳ କରୁଥିବା ଦେଖିବାକୁ ମିଳିଛି । ବେଳେବେଳେ ଧାନ ମଧ୍ୟ ରୁ ଅନ୍ତି ଆଉ ଧାନପାଚିଲେ ବିଲ କୁ ଯାଇ ଧାନ କ।ଟନ୍ତି ସେ। ଫିରିଙ୍ଗିଆ ବ୍ଳକ ପକାରୀ ପଞ୍ଚାୟତରେ ତାଙ୍କ ଘର ଓ ଜମିରହିଛି ।
ସ୍ତ୍ରୀ ୪ପୁଅ ଓ ଦୁଇ ଝିଅ ଙ୍କୁ ନେଇ ତାଙ୍କ ପରିବାର।
ବିଧାୟକ ଙ୍କ ଏଭଳି ସରଳ ଓ ନିରାଡମ୍ବର ଜୀବନ ଶୈଳୀକୁ ଗ୍ରାମବାସୀ ତଥା ଜିଲା ବାସୀ ବେଶ ପ୍ରସ ସାଂ କରିଛନ୍ତି ।
ଅଙ୍ଗଦ ଙ୍କ ସ୍ତ୍ରୀ ମଧ୍ୟ ରୋଷେଇ କାମ କରିବା ସହ ଗାଇଗୋରୁଙ୍କ କଥା ବୁଝିବା ସହ ଜଙ୍ଗଲକୁ ଯାଇ ନିତି ଶିଆଳୀ ପତ୍ର ଆଣି ଖଲି ଦନା ଆଦି ପ୍ରସ୍ତୁତ କରନ୍ତି । ଜଙ୍ଗଲ ଯାତ ଦ୍ରବ୍ୟ ମଧ୍ୟ ସଂ ଗ୍ରହ କରିଥାନ୍ତି । ଯାହାକି ଏକ ନିଆରା ଉଦାହରଣ ସୃଷ୍ଟି କରିଛି ।
ବିଧାୟକ ଅଙ୍ଗଦ କହଁର ପୂର୍ବରୁ ୪ଥର କ୍ରାଣ୍ଡି ବାଲି ସରପଞ୍ଚ ଥିଲେ,ପତିରିଙ୍ଗିଆ ବ୍ଳକ ଅଧ୍ୟକ୍ଷ, ଜିଲ୍ଲାପରିଷଦ ସଦସ୍ୟ ଓ ଲ୍ୟାମ୍ପସଭାପତି ଆଦି ବିଭିନ୍ନ ପଦ ପଦବୀରେ ରହି ଦକ୍ଷତାର ସହ କାର୍ଯ୍ୟ ତୁଲାଇଥିଲେ । ବର୍ତମାନ ଫୁଲ ବାଣୀ ବିଧାୟକ ହୋଇ ଲୋକଙ୍କ ସୁବିଧା ଅସୁବିଧା ବୁଝୁଛନ୍ତି। ଫଳରେ ଦିନକୁ ଦିନ ତାଙ୍କର ଲୋକପ୍ରିୟତା ବଢ଼ିବାରେ ଲାଗିଛି ।

Leave a comment

Your email address will not be published. Required fields are marked *