#Breaking News

ମମତା ବିଷୋୟୀ ହେଲେ କନ୍ଧମାଳ ବିଜେଡି ମହିଳା ପର୍ଯ୍ୟବେକ୍ଷକ


ଫୁଲ ବାଣୀ-6/8(ସୁନୀଲପଟନାୟକ)
ମମତା ବିଷୋୟୀଙ୍କୁ କନ୍ଧମାଳ ଜିଲ୍ଲା ବିଜେଡି ମହିଳା ସଂଗଠନର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି । ଗୁରୁବାର ରାଜ୍ୟ ମହିଳା ବିଜେଡି ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ରାଜ୍ୟରେ ୩୫ ଜଣ ସାଂଗଠନିକଦକ୍ଷତା ଥିବା ମହିଳା ନେତ୍ରୀଙ୍କୁ ବିଭିନ୍ନ ଜିଲ୍ଲାରେ ପର୍ଯ୍ୟବେକ୍ଷକ ନିଯୁକ୍ତି ଦେଇଛନ୍ତି । ସେଥିମଧ୍ୟରୁ କନ୍ଧମାଳ ଜିଲ୍ଲା ପାଇଁ ମମତା ବିଷୋୟୀଙ୍କୁ ନିଯୁକ୍ତି ଦିଆଯାଇଛି।
ଆଗାମୀ ତ୍ରିସ୍ତରୀୟପଞ୍ଚାୟତ ନିର୍ବାଚନ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ବିଜୁ ଜନତା ଦଳ ଏବଠାରୁ ପଞ୍ଚାୟତ ସ୍ତର ରୁ ସହର ।ଞ୍ଚଳ ଯାଏମହିଳା ସଂଗଠନକୁ ମଜବୁତ କରିବା ଆରମ୍ଭ କରିଛି ।
ଜିଲ୍ଲା ବିଜୁ ଜନତା ଦଳ ମହିଳା ସଭାପତି ଭାବେ ପୁନମ କହଁର ନିଯୁକ୍ତି ପରଠାରୁ ବ୍ଲକ ସ୍ତରରେ ମହିଳା ସଂଗଠନକୁ ମଜବୁତ କରିବାଲାଗି ପ୍ରୟାସ ଆରମ୍ଭ କରିଛନ୍ତି ।
ପର୍ଯ୍ୟବେକ୍ଷକ ଭାବେ ମମତାଙ୍କ ନିଯୁକ୍ତି ପରେ ଜିଲ୍ଲାର ମହିଳା ସଂଗଠନ ଅଧିକ ସୁଦୃଢ ହେବ ବୋଲି ଜିଲ୍ଲା ସଭାପତି ପୁନମ କହିଛନ୍ତି ।
ଜିଲା ମହିଳା ସଂଗଠନ ପକ୍ଷରୁ ମମତା ବିଷୋୟୀ ଙ୍କୁ ଅଭିନନ୍ଦନ ଜଣାଯାଇଛି ।

Leave a comment

Your email address will not be published. Required fields are marked *