#Breaking News

ଫୁଲବାଣୀ ରେ କିଶୋରୀ ବାଳିକା ସଚେତନତା


ଫୁଲବାଣୀ 7/8(ସୁନୀଲ ପଟ ନାୟକ )
ଶନିବାର ଫୁଲବାଣୀ ସହରର ଫୁଲବାଣୀସାହିସ୍ଥିତ ମିଶନ ଶକ୍ତି ଗୃହ ଠାରେ କିଶୋରୀ ବାଳିକା ମାନଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟାକ୍ରମରେ ମୁଖ୍ୟ ଅତିଥି ଭାବେ ଫୁଲବାଣୀ ଶିଶୁବିକାଶ ପରିଦର୍ଶିକା ଶ୍ରୀମତୀ ସନ୍ଧ୍ୟାରାଣୀ ପଣ୍ଡା ଶିଶୁମାନଙ୍କ ସ୍ବାସ୍ଥ୍ୟ,କୋଭିଡ-୧୯, ସମ୍ପର୍କରେ ସଚେତନତା କରିଥୁଲେ ଏବଂ ଚାଇଲ୍ଡଲାଇନ୍ ତରଫରୁ ଶିବଶଙ୍କର ବେହେରା ୧୦୯୮(ଟୋଲ୍ ଫ୍ରି) ସେବା, ବାଲ୍ୟବିବାହ ଓ ଯୌନ ନିରାପତ୍ତା ସୁରକ୍ଷା ଆଇନ ସମ୍ପର୍କରେ ବୁଝେଇ ସୁରକ୍ଷିତ ଓ ଅସୁରକ୍ଷିତ ଛୁଆଁ ସମ୍ପର୍କରେ ସଚେତନତା କରି ଶିଶୁ ମାନଙ୍କ ଭୟ ଦୁର କରିଥିଲେ। ଶେଷରେ ଅଙ୍ଗନଓ୍ବାଡି କର୍ମୀ ଶ୍ରୀମତୀ ରଶ୍ମିତା କହଁର ଧନ୍ୟବାଦ ଅର୍ପଣ କରିଥିଲେ ।

Leave a comment

Your email address will not be published. Required fields are marked *