#Breaking News

କ୍ୟାନ୍ସର ପୀଡିତା କଳାକାର ଧୃବାନନ୍ଦ ଦାସଙ୍କ ଦୁଃଖ ପ୍ରଶାସନ ହାତରେ

ଧର୍ମଶାଳା(ଉଲାପ୍ର)ଓଡ଼ିଶାର ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକର କଣ୍ଟିଗଡିଆ ଗ୍ରାମର ନିବାସୀ କଳାକାର ଧୂବାନନ୍ଦ ଦାସଙ୍କ ଘର |ପେଶାରେ ଜଣେ କଳାକାର |ସଂଗୀତ ଗାୟୀ ନିଜ ପରିବାର ଭରଣ ପୋଷଣ କରନ୍ତି |ଏବେ ସେ ବଡ଼ ରୋଗ କ୍ୟାନ୍ସର ରୋଗରେ ପୀଡିତ ଅଛନ୍ତି | ଜିଲ୍ଲାର ପ୍ରଶାସନ ତରଫରୁ ଆର୍ଥିକ ସହଯୋଗ ମିଳିନଥିବାରୁ ନିରାଶ ହୋଇପଡିଛନ୍ତି ପରିବାରର ଲୋକେ |ଆଜି ଧର୍ମଶାଳା ଡିଜିଟାଲ ମିଡିଆ କ୍ଳବର ସଦସ୍ୟ ତାଙ୍କ ବାସଭାବନରେ ପହଞ୍ଚି ପରିବାର ବର୍ଗଙ୍କୁ ସାନ୍ତ୍ୱନା ଦେବା ସହିତ ଆର୍ଥିକ ସାହାଯ୍ୟ କରିବା ସହିତ ସରକାରଙ୍କ ବିଭିନ୍ନ ସାହାଯ୍ୟ କିପରି ପାଇ ପାରିବେ ସେଥି ପ୍ରତି ଦୃଷ୍ଟି ଗୋଚର କରିବେ ବୋଲି ପ୍ରତିଶୃତି ଦେଇଥିଲେ |ଧର୍ମଶାଳା ଡିଜିଟାଲ ମିଡ଼ିଆ କ୍ଳବର ସଭାପତି ସ୍ମୃତି ରଞ୍ଜନ ବେହେରା, ଉପସଭାପତି ଅନିଲି କୁମାର ବଳ, ସମ୍ପାଦକ ପ୍ରାଣ ବନ୍ଧୁ ରାଉତ,ସହ ସମ୍ପାଦକ ସବ୍ୟସାଚୀ ସାହୁ କୋଷାଧକ୍ଷ ଅଶୋକ କୁମାର ବେହେରା,ବିଶ୍ୱ ପ୍ରକଶ ଖୁଣ୍ଟିଆ, ଆଇନ ପରାମର୍ଶ ଦାତା ନିରଞ୍ଜନ ସାମଲ ପ୍ରମୁଖ ଉପସ୍ଥିତ ଥିଲେ।

Leave a comment

Your email address will not be published. Required fields are marked *