#Breaking News

ବରିଷ୍ଠ କବି ବିନୋଦ ପଶାୟତ ଙ୍କୁ ସମ୍ବର୍ଦ୍ଧନା


ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)
ସୃଷ୍ଟି ଫାଉଣ୍ଡେସନ ବରଗଡ଼ ପକ୍ଷରୁ ଆଜି ବରିଷ୍ଠ କବି,ଲେଖକ,ଗୀତିକାର ଏବଂ ନାଟ୍ୟକାର ବିନୋଦ ପଶାୟତ ଙ୍କୁ ତାଙ୍କ ଜୀବନ ବ୍ୟାପି ଅବଦାନ ପାଇଁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ଠାରେ କବି ରୋହିତ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାରୋହରେ ଜିଲ୍ଲାର ଅନେକ କବି କଳାକାର, ସଂଗୀତକାର ଯୋଗଦେଇ କବି ଶ୍ରୀ ପଶାୟତ ଙ୍କ ସାହିତ୍ୟ ରଚନା ଉପରେ ଆଲୋକପାତ କରିଥିଲେ। ପରେ ଅନୁଷ୍ଠାନ ପକ୍ଷରୁ କବି ଉପଢୈ।କନ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ କଳାକାର ଗୋପାଳ ଦାସ, ଡଃ ତପସ୍ଵିନୀ ଗୁରୁ,ନବ ମହତ୍ତମ, ଅଞ୍ଜଳି ମହତ୍ତମ, ଶୁଶିଲ କୁମାର ପ୍ରଧାନ,ତପନ କୁମାରୀ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

Leave a comment

Your email address will not be published. Required fields are marked *