#Breaking News

ନବୀନ ସରକାରଙ୍କ ଲୋକାଭିମୁଖି କାର୍ଯ୍ୟକ୍ରମକୁ ତୃଣମୂଳ ସ୍ତରରେ ପହଞ୍ଚାଇବାକୁ ବିଜୁ ଛାତ୍ର ଜନତା ଦଳର ପ୍ରୟାସ


ଫୁଲବାଣୀ-୧୧/୮(ସୁନୀଲପଟନାୟକ)
ମୁଖ୍ୟମନ୍ତ୍ରୀ ଙ୍କ ହାତମୁଠା କୁ ଟାଣ କରିବା ସହିତ ସରକାରଙ୍କ ଲୋକାଭିମୁଖି କାର୍ଯ୍ୟକ୍ରମ କୁ ତୃଣମୂଳ ସ୍ତରରେ ଲୋକଙ୍କ ପାଖରେ ପହଂଚ। ଇବା ପାଇଁ ବିଧାୟକ ଯାଜପୁର ତଥା ବିଜୁ ଜନତା ଦଳ ର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି ଭାଇ )ଙ୍କ ନିର୍ଦେଶ କ୍ରମେ ବିଧାୟକ, ବାଙ୍କୀ ତଥା ବିଜୁ ଛାତ୍ର ଜନତା ଦଳ ର ରାଜ୍ୟ ସଭାପତି ଦେବି ରଞ୍ଜନ ତ୍ରିପାଠୀ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଗତ 5 ତାରିଖ ରୁ ଆଜି ଯାଏଁ କନ୍ଧମାଳ ଜିଲ୍ଲା ର ଜିଲ୍ଲା କର୍ମକର୍ତ୍ତା ବୈଠକ,12 ଟି ବ୍ଲକ କର୍ମକର୍ତ୍ତା ବୈଠକ (ଫୁଲବାଣୀ, ଚକାପାଦ, ରାଇକିଆ ଖଜୁରୀପଡା, ଟିକାବାଲି, ଜି, ଉଦୟଗିରି ,ରାଇକିଆ, ଦାରିଙ୍ଗବାଡ଼ି, କେ ନୂଆଗାଁ,ବାଲିଗୁଡ଼ା, ତୁମୁଡ଼ିବନ୍ଧ, କୋଟଗଡ଼)ଏବଂ 2 ଟି ଏନ ଏ ସି ବାଲିଗୁଡ଼ା, ଜି ଉଦୟଗିରି ଓ ଗୋଟିଏ ଫୁଲବାଣୀ ପୌରପରିଷଦ ଠାରେ ବିଜୁ ଛାତ୍ର ଜନତା ଦଳ ର ସଭାପତି ସୁନୀଲ ସେଠି ଙ୍କ ନେତୃତ୍ୱ ତଥା ସମସ୍ତ ବ୍ଲକ ଏବଂ ଏନ ଏ ସି ସଭାପତି ଙ୍କ ସହଯୋଗ ରେ ଛାତ୍ର ଜନତା ଦଳର କର୍ମକର୍ତା ବୈଠକ ଅନୁଷ୍ଠିତ ହୋଇଯାଇଛି | ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ସଭାପତି ପ୍ରଶାନ୍ତ ପଣ୍ଡା, ଗଞ୍ଜାମ ଜନ ସଭାପତି ଜ୍ୟୋତିରଞ୍ଜନ ସାହୁ, କନ୍ଧମାଳ ଜିଲ୍ଲା ଛାତ୍ର ପର୍ଯ୍ୟବେକ୍ଷକ ମିକୁ ପ୍ରଧାନ,ସୋସିଆଲ ମିଡ଼ିଆ ସଂଜଜକ ଗଣେଶ ସେନାପତି, ଡିଜିଟାଲ ସମ୍ପାଦକ ବିଦ୍ୟାଧର ପ୍ରଧାନ। ଏହି ବୈଠକ ର ମୁଖ୍ୟ ଉଦେଶ୍ୟ ପଂଚାୟତ ସ୍ତରରେ ଅଗଷ୍ଟ 15 ତାରିଖ ସୁଦ୍ଧା କମିଟି ଗଠନ କରିବା ସହ ବିଜୁ ଛାତ୍ର ଜନତା ଦଳ ଆଗାମୀ ପଞ୍ଚାୟତ ନିର୍ବାଚନ ରେ ଯେପରି ପ୍ରମୁଖ ଭୂମିକା ଗ୍ରହଣ କରିବେ ସେହି ବିଷୟରେ ଆଲୋଚନା ହୋଇଥିଲା । ଏବଂ ପରିଶେଷରେ ବିଜୁ ବାବୁ ଙ୍କ ଆତ୍ମ ଜୀବନ ପୁସ୍ତକ the tall man କୁ ସମସ୍ତଙ୍କୁ ପ୍ରଦାନ କରାଯାଇଥିଲା ।

Leave a comment

Your email address will not be published. Required fields are marked *