#Breaking News

ବି ଜେ ପି ଅନୁସୂଚିତ ଜାତି ମୋର୍ଚା ପକ୍ଷରୁ ରାଜ୍ଯପାଳଙ୍କ ଉଦ୍ଦେଶ୍ଯରେ ଜିଲ୍ଲାପାଳଙ୍କୁ ଦାବୀ ପତ୍ର

ଫୁଲବାଣୀ 11/8-(ସୁନୀଲ ପଟନାୟକ )
କନ୍ଧମାଳ ଜିଲ୍ଲା ବିଜେପି ଅନୁସୁଚିତ ଜାତିମୋର୍ଚ୍ଚା ସଭାପତି ଅନନ୍ତ କୁମାର ଦିଗାଲଙ୍କ ନେତୃତ୍ବରେବୁଧୁବାର ଏକ ଦାବିପତ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ଯ ଜିଲ୍ଲାପାଳ ଙ୍କୁ ପ୍ରଦାନ କରାଯାଇଛି।କେନ୍ଦ୍ରାପଡ଼ା ଜିଲ୍ଲା ର ଆଳି ବାଳକାଟି ରେ ଯେଉଁଭଳି ଭାବେ ଦଳିତ ପରିବାର ଉପରେ ମରଣାନ୍ତକ ଆକ୍ରମଣ ଏବଂ ମନରେଗା ଅର୍ଥ ଠିକ୍ ରେ ନପାଇ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକରେ ଅନଶନ ରେ ବସିଥିବା ମହିଳା ମାନଙ୍କୁ ଆକ୍ରମଣ ସହ ସମ୍ବିଧାନର ପ୍ରଣେତା ଡ ଭୀମରାଓ ଆମ୍ବେଦକର ଙ୍କ ଫଟୋଚିତ୍ର ରେ ପଦାଘାତ କରାଗଲା ସେନେଇ ପୋଲିସ ବିଜୁଜନତା ଦଳର ନେତାଙ୍କ ସହଯୋଗୀ ତଥା ଆକ୍ରମଣ କାରୀଙ୍କୁ ଏଯାଏଁ ଗିରଫ କରିନଥିବା ଅଭିଯୋଗ କରି ଅନୁସୁଚିତ ଜାତିମୋର୍ଚ୍ଚା ତରଫରୁ ଜିଲ୍ଲାପାଳଙ୍କ ଜରିଆରେ ଦାବୀ ପତ୍ର ପ୍ରଦାନ କରାଯାଇଛି। ସେହିଭଳି କନ୍ଧମାଳ ଜିଲ୍ଲା ରେ ବ୍ୟାପକ ଆବାସ ଯୋଜନା ଦୁର୍ନିତୀ, ମନରେଗା କାର୍ଯ୍ୟ ଶ୍ରମିକ ବଦଳରେ ମେସିନ କାମ କରୁଥିବା ଏବଂ ବ୍ୟାପକ ଦୁର୍ନିତୀ ସରକାରୀ ସ୍ତରରେ ହେଉଥିବା ଅଭିଯୋଗ କରିଛନ୍ତି ସଭାପତି ଶ୍ରୀ ଦିଗାଲ । ସେହିଭଳି କନ୍ଧମାଳ ଜିଲ୍ଲା ଅନୁସୁଚିତ ଜାତିମୋର୍ଚ୍ଚା ପ୍ରଭାରୀ ସୁକାନ୍ତ ଦାସ ଙ୍କ ସମେତ ବିଜେପି ରାଜ୍ଯ କାର୍ଯ୍ୟକାରିଣୀ ସଦସ୍ଯ ଭଗବାନ ମହାନ୍ତି, ଲିଙ୍ଗରାଜ ଦଳବେହେରା, ଦେବ ନାରାୟଣ ପ୍ରଧାନ, ଜିଲ୍ଲା ଉପସଭାପତି ରମେଶଚନ୍ଦ୍ର ମହାନ୍ତି, ଅନୁସୁଚିତ ଜାତିମୋର୍ଚ୍ଚା ସାଧାରଣ ସମ୍ପାଦକ ଲୁଲୁ ବେହେରା,ଜିଲ୍ଲା ସଂପାଦକ ଦେବରାଜ ମୁଖି,ଯୁବମୋର୍ଚ୍ଚା ସଭାପତି ଗୋଲକବିହାରୀ କହଁର,ସଂଯୋଜକ ଜଗନ୍ନାଥ ସାହୁ, ଗ୍ରାମୀଣ ମଣ୍ଡଳ ସଭାପତି ଆଦିତ୍ୟ କହଁର,ଖଜୁରୀପଡା ମଣ୍ଡଳ ସଭାପତି ଦଶରଥ ସାହୁ,ଫୁଲବାଣୀ ନଗର ସଭାପତି ସୁଶାନ୍ତ ମହାନ୍ତି,ମାମିବେହେରା ଙ୍କ ସହ ଅନୁସୁଚିତ ଜାତିମୋର୍ଚ୍ଚାର ବହୁ ପଦାଧିକାରୀ ଏବଂ କାର୍ଯ୍ୟକର୍ତ୍ତା ଯୋଗଦେଇ ଥିଲେ।

Leave a comment

Your email address will not be published. Required fields are marked *