#Breaking News

ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ପକ୍ଷରୁ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ପରିପ୍ରେକ୍ଷୀରେ ‘ପ୍ରକୃତିବନ୍ଧୁ ସମ୍ମାନ ପ୍ରଦାନ


ନିଶିଗନ୍ଧା ଭାଷା ପ୍ରତିଷ୍ଠାନ, ଖୋର୍ଦ୍ଧା ପକ୍ଷରୁ ଦେଶର ପଚସ୍ତରୀତମ ସ୍ୱାଧୀନତା ଦିବସ ପାଳନ ହୋଇଯାଇଛି l ଉତ୍ସବର ମୁଖ୍ୟ ଅତିଥି ପୂର୍ବତନ ଅର୍ଥ ମନ୍ତ୍ରୀ ପଞ୍ଚାନନ କାନୁନଗୋ ପତାକା ଉତ୍ତୋଳନ କରିଥିଲେ l ସମ୍ମାନିତ ଅତିଥି ପୂର୍ଵତନ ଲୋକସଭା ସଦସ୍ୟ ଡ଼ଃ ପ୍ରସନ୍ନ କୁମାର ପlଟ୍ଟଶାଣୀ ଉପସ୍ଥିତ ଥିଲେ l ସଭlରେ ସଭାପତିତ୍ୱ କରିଥିଲେ ଚକ୍ରଧର ତ୍ରିପାଠୀ l ପ୍ରତିଷ୍ଠାତା ବଳରାମ ତରାଇ ସ୍ୱାଗତ ଓ ପରିଚୟ ପ୍ରଦାନ କରିଥିଲେ l ସାନ୍ଧ୍ୟ କାର୍ଯ୍ୟକ୍ରମ ରେ ପରିବେଶ ସୁରକ୍ଷା ପାଇଁ ବୃକ୍ଷ ରୋପଣ ଭଳି ମହତ କାର୍ଯ୍ୟ କରିଥିବା ଓଡ଼ିଶାର 64 ଜଣ ପ୍ରକୃତି

ପ୍ରେମୀଙ୍କୁ” ନିଶିଗନ୍ଧା ପ୍ରକୃତିବନ୍ଧୁ ସମ୍ମାନ “ରେ ଆଭାସୀ ପ୍ରଣାଳୀରେ ସମ୍ମାନିତ କରlଯାଇଥିଲା l ସାନ୍ଧ୍ୟ ଅଧିବେଶନରେ ଉଦଘାଟକ ରୂପେ ଡ଼ଃ ପ୍ରସନ୍ନ କୁମାର ପlଟ୍ଟଶାଣୀ, ମୁଖ୍ୟ ଅତିଥି ଓଡିଶା ସାହିତ୍ୟ ଏକାଡେମୀ ସଭାପତି ଡ଼ଃ ହୃଷିକେଶ ମଲ୍ଲିକ, ମୁଖ୍ୟ ବକ୍ତା ଓଡିଶା ରାଜ୍ୟ ରlଜଭାଷା ବିକାଶ ପରିଷଦ ଅଧ୍ୟକ୍ଷ ନାରାୟଣ ମୁଦୁଲି ଏବଂ ସମ୍ମାନିତ ଅତିଥି ସୀତାଂଶୁ ତ୍ରିପାଠୀ, ପୂର୍ବତନ ଡେପୁଟି କଲେକ୍ଟର ଯୋଗ ଦେଇଥିବାବେଳେ ଗୋବିନ୍ଦ ଚନ୍ଦ୍ର ଫାରକ ସଭାପତିତ୍ୱ କରିଥିଲେ l ଉପଦେଷ୍ଟା ନିରଦ ଚନ୍ଦ୍ର ଜେନା ସ୍ୱାଗତ ଓ ଅତିଥି ପରିଚୟ,ପ୍ରତିଷ୍ଠାତା ସମ୍ପାଦକ ବଳରାମ ତରାଇ ପ୍ରାରମ୍ଭିକ ଭାଷଣ ଓ ସଂଗଠନ ସମ୍ପାଦକ କୈଳାସ ଚନ୍ଦ୍ର ପଟନାୟକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ପରେ ପରେ ଓଡିଶାର ଚାରୋଟି ଜୋନ ଅନ୍ତର୍ଭୁକ୍ତ 30 ଜିଲ୍ଲାରେ କବିତା ଆସର ଅନୁଷ୍ଠିତ ହୋଇଥିଲା l ଏଥିରେ ଶତାଧିକ କବି କବୟିତ୍ରୀ ଯୋଗ ଦେଇ ସ୍ୱରଚିତ କବିତା ପାଠ କରିଥିଲେ l

Leave a comment

Your email address will not be published. Required fields are marked *