#Breaking News

ବିଶ୍ଵ ଅଙ୍ଗ ଦାନ ଦିବସ ରେ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ରୁ ୩୭ୟୁନିଟ୍ ରକ୍ତ ସଂଗୃହୀତ

ବରଗଡ଼:-୧୩-/୮ (ସତ୍ୟ ନାରାୟଣ ପ୍ରଧାନ)
ବରଗଡ଼ ରକ୍ତ ଭଣ୍ଡାର ରେ ରକ୍ତ ର ଅଭାବ କୁ କିଛି କାଂଶ ରେ ଦୂର କରିବା ପାଇଁ ମର୍ଣିଂ ୱାକ ଗ୍ରୁପ ଓ ନିଷ୍ଠା ପାରିବାର ର ମିଳିତ ଉଦ୍ୟମ ରେ ଆଜି ବରଗଡ଼ ର ଆଶା କିରଣ ଠାରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବରେ ବରଗଡ଼ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ର ଅଧ୍ୟକ୍ଷ ଶ୍ରୀ ଦେବେଶ ଆଚାର୍ଯ୍ୟ ଯୋଗଦେଇ ଫିତା କାଟି ଶିବିର କୁ ଉଦ୍ଘାଟନ କରିଥିଲେ। କେବଳ ଶୁଭ ମାଙ୍ଗଳିକ କିମ୍ବା ପୂଜା କର୍ମ ରେ ପତିପତ୍ନୀ ର ଆବଶ୍ୟକତା ହୁଏ ନାହିଁ ରକ୍ତ ଭଣ୍ଡାର ରେ ରକ୍ତର ଅଭାବ ସମୟ ରେ ରୋଗୀ ଙ୍କ ଜୀବନ ବଞ୍ଚାଇବାରେ ମଧ୍ୟ ପ୍ରମୁଖ ଭୂମିକା COUPLE DONORS ମାନଙ୍କ ର ରହିଛି ଏହାର ନିଛକ ଉଦାହରଣ ଆଜି ଏଠାରେ ଦେଖିଲି ବୋଲି ବିଧାୟକ ଦେବେଶ ଆଚାର୍ଯ୍ୟ କହିଥିଲେ ଓ ସମସ୍ତଙ୍କୁ ପ୍ରଶଂସା ପତ୍ର ସହ ମୋମେଣ୍ଟୋ ଦେଇ ସମ୍ବର୍ଦ୍ଧିତ କରିଥିଲେ । ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ସର୍ବମୋଟ ୩୭ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ଏହି ଶିବିର ରେ ଏଗାର ଯୋଡ଼ା ଦମ୍ପତ୍ତି ମଧ୍ୟ ରକ୍ତ ଦାନ କରିଥିଲେ। ମୋର୍ଣିଂ ୱାକ ଗ୍ରୁପ ର ସଦସ୍ୟ ସଞ୍ଜୀବ ଡାଲମିଆ, ଗିରଧର ଅଗ୍ରୱାଲ, ଅଜିତ ପଟ୍ଟନାୟକ, ମୁକେଶ ରେଖାନି, ମହେଶ ଅଗ୍ରୱାଲ, କପିଲ ଅଗ୍ରୱାଲ,ନିଷ୍ଠା ପରିବାର ର ଉପଦେଷ୍ଟା ବିଦ୍ୟାଧର ଭୋଇ, ଆଶିଷ କର, ସମ୍ପାଦକ ଅଶ୍ୱିନୀ ତ୍ରିପାଠୀ, କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ସାହୁ, ପ୍ରମୁଖ ଶିବିର ପରିଚାଳନା କରିଥିଲେ।

Leave a comment

Your email address will not be published. Required fields are marked *