#Breaking News

ରାଜ୍ୟ ଓବିସି ସୁରକ୍ଷା ମଂଚ ର ବୈଠକ ଅନୁଷ୍ଠିତ


ବରଗଡ଼ : ୧୪/୮(ସତ୍ୟ ନାରାୟଣ ପ୍ରଧାନ)
ବରଗଡ଼ଠାରେ ଓଡ଼ିଶା ରାଜ୍ଯ ଓବିସି ସୁରକ୍ଷା ମଞ୍ଚର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ମଞ୍ଚର ସଭାପତି ଶ୍ରୀଯୁକ୍ତ ଷଡ଼ାନନ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସଂପାଦକ ଡ଼ ବୀରେନ୍ଦ୍ର କୁମାର ବାଗ ଯାଦବ ଓ ବରିଷ୍ଠ ସଦସ୍ଯ ଏଡଭୋକେଟ୍ ଶଶିଭୂଷଣ ପ୍ରଧାନ ମଞ୍ଚାସୀନ ଥିଲେ। ବରଗଡ଼ର ବିଭିନ୍ନ ଅଞ୍ଚଳର ଓବିସି ସୁରକ୍ଷା ମଞ୍ଚର ସଦସ୍ଯମାନେ ମଞ୍ଚର ସଂପ୍ରସାରଣ ତଥା ଓବିସି ବର୍ଗର ଅଧିକାର ପାଇଁ ଆବଶ୍ଯକ ପଦକ୍ଷେପ ଉପରେ ନିଜ ନିଜର ବକ୍ତବ୍ଯ ରଖିଥିଲେ। ପଶ୍ଚିମ ଓଡ଼ିଶାର ସମସ୍ତ ଜିଲ୍ଲାରେ ଜିଲ୍ଲା କମିଟି ଗଠନ, ବରଗଡ଼ ଜିଲ୍ଲାର ସମସ୍ତ ବ୍ଲକରେ ବ୍ଲକସ୍ତରୀୟ କମିଟି ଗଠନ, ଜାତିଭିତ୍ତିକ ଜନଗଣନା କରି ତଦ୍ ଅନୁଯାୟୀ ଓବିସି ବର୍ଗକୁୁ ସଂରକ୍ଷଣ, ଓବିସି ଏଟ୍ରୋସିଟି ଆଇନ ତିଆରି ପାଇଁ ମତ ପ୍ରକାଶ ପାଇଥିଲା। ବୈଠକରେ କୋଷାଧ୍ୟକ୍ଷ ବୀରବଲ ମହାକୁର, ସଂଯୋଜକ କ୍ଷୀରୋଦ୍ର ବାଗ, ଭବାନୀ ସାହୁ, ବୀରେନ୍ଦ୍ର ପ୍ରଧାନ, ଦାମୋଦର ସରାଫ, ଗୌରଚନ୍ଦ୍ର ଖମାରୀ, ଜୟବିହାରୀ ବେହେରା, ହରିହର ପ୍ରଧାନ, ଅଶୋକ କୁମାର ପଶାୟତ, ରମାକାନ୍ତ ବେହେରା,ଅନିରୁଦ୍ଧ ବାଗ, ପ୍ରମୋଦ କୁମାର ମହାକୁର ଓ ଅନ୍ଯ ବହୁ ସଦସ୍ଯ ଉପସ୍ଥିତ ଥିଲେ। ପରିଶେଷରେ ଉପ ସଭାପତି ପଦ୍ମଲୋଚନ ସାହୁ ଧନ୍ଯବାଦ ଅର୍ପଣ କରିଥିଲେ।

Leave a comment

Your email address will not be published. Required fields are marked *