#Breaking News

ସୁଭଦ୍ରା କୁପାଇ ଜଗା ଖୁସି


  • ଫୁଲବାଣୀ-୧୪/୮(ସୁନଲ ପଟ୍ଟନାୟକ) ଜଗା ଏବେ ଖୁସିରେ ଗଦଗଦ । କାଳିଆ କୁ ହରାଇ ଗତ ବର୍ଷେ ହେଲା ନିଃସଙ୍ଗ ହୋଇ ପଡିଥିବା ଜଗାବେଶ ଚଳଚଞ୍ଚଳ ହୋଇପଡିଛି । ଭଉଣୀକୁ ଗେଲ କରୁଛି,କୋଳେଇ ଧରୁଛି. ପାଖରେ ବସି ଦେଖୁଛି । ନ କହିଲେ ବି ଦେଖିଲେ ତାର ଭଲ ପାଇବା ବାରିହୋଇ ପଡୁଛି।
    ଗତ ସପ୍ତାହେ ହେଲେ ଜଗ।ପାଇଛି ସାନ ଭଉଣୀ ସୁଭଦ୍ରାକୁ ।
    କେବଳ ଜଗା ନୁହେଁ ମା ପୁଷ୍ପାଞଳୀ କହଁର ଓ ବାପା ଭୂୟାଁ କହଁର ମଧ୍ୟ ଖୁବ୍ ଖୁସି ଅଛନ୍ତି ।
    କନ୍ୟା ସନ୍ତାନ ଜନ୍ମ ପରେ ପରିବାରରେ ଖେଳିଯାଇଛି ଖୁସିର ଲହରୀ ।
    କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ମିଲୁପଦର ଗ୍ରାମର ଯୋଡ଼ାମୁଣ୍ଡ ଶିଶୁ ଜଗା କାଳିଆ । ଏ ସଂପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବାପରେ ରାଜ୍ୟ ସରକାର ସମସ୍ତ ଖର୍ଚ ବହନ କରି ଚିକିତ୍ସା ଦାୟୀତ୍ଵ ନେଇଥିଲେ । ଦିଲ୍ଲୀ ଏମସରେ ଅପରେସନ କରି ଯୋଡ଼ାମୁଣ୍ଡ ଅଲଗା କରାଯାଇଥିଲା । ଦିଲ୍ଲି ଏମସ ରେ ଅନେକ ଦିନ ରହିବା ପରେ କଟକ ବଡ଼ ଡାକ୍ତରଖାନାକୁ ଅଣାଯାଇ ଚିକିତ୍ସା କରାଯାଉଥିଲ। ସେଠାରେ କାଳିଆର ମୃତ୍ୟୁ ହୋଇଥିଲା ।
    ତେବେ ଜଗା ସୁସ୍ଥ ଥିବାରୁ ତାକୁ ଗତ ୩ ମାସ ତଳେ ଫୁଲବାଣୀ ଡାକ୍ତରଖାନା ର ଏକ ସ୍ଵତନ୍ତ୍ର କୋଠରୀରେ ରଖାଯାଇଛି । ହେଲେ ଏକୁଟିଆ ଥିବା ଜଗାତାର ଭାଇ କାଳିଆ କୁ ସିନା ହରାଇଛି କିନ୍ତୁ ଏବେ ପାଇଛି ଭଉଣୀ କୁ ।ଆଗକୁ ବି ରାଖୀ l
    ଜଗା ବି ଏବେ ସୁସ୍ଥ ଅଛି।
    ସେହିପରି କାଳିଆ କୁ କରାଇଛୁ ସତ କିନ୍ତୁ ଭଗବାନଙ୍କ କୃପାରୁ ଆମେ ଜଗା ପାଇଁ ସୁଭଦ୍ରା ଟିଏ ପାଇ ବେଶ ଖୁସି ଅନୁଭବ କରୁଥିବା କଥା ପୁଷ୍ପାଞ୍ଜଳି ଓ ଭୁୟାଁ କହିଛନ୍ତି ।

Leave a comment

Your email address will not be published. Required fields are marked *