#Breaking News

୭୫ତମ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ


ବରଗଡ଼ ୧୫/୮(ସତ୍ୟ ନାରାୟଣ ପ୍ରଧାନ)
ବରଗଡ଼ ଜିଲ୍ଲା ସ୍ତରୀୟ ୭୫ତମ ସ୍ୱାଧୀନତା ଦିବସ ସ୍ଥାନୀୟ ଜର୍ଜ ହାଇସ୍କୁଲ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି। କୋଭିଡ କଟକଣା ମଧ୍ୟରେ ଅନୁଷ୍ଠିତ ଏହି ଜାତୀୟ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଅର୍ଥ ଓ ଅବକାରୀ ବିଭାଗ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଯୋଗ ଦେଇ କେବଳ ପୋଲିସ ବାହିନୀ ପ୍ୟାରେଡ୍ ର ଅଭିବାଦନ ଗ୍ରହଣ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ପୂଜାରୀ ସହୀଦ ସଂଗ୍ରାମୀ ମାନଙ୍କ ସ୍ମୃତି ଚାରଣ କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ଘେଁସ ଜମିଦାର ସହୀଦ ମାଧୋ ସିଂ ଙ୍କ ପରିବାରର ଦେଶ ମାତୃକାର ସ୍ବାଧୀନତା ପାଇଁ ବଳିଦାନ ଏକ ବିରଳ ଦୃଷ୍ଟାନ୍ତ ବରଗଡ଼ ମାଟିକୁ ଗୈାରବନ୍ବିତ କରିଛି । ଏହାର ସଂସ୍କୃତିକ ଐତିହ୍ୟ ଏହାକୁ ଆନ୍ତର୍ଜାତିକ ସ୍ତରରେ ସ୍ବତନ୍ତ୍ର ପରିଚୟ ଦେଇଛି ବୋଲି କହିଥିଲେ। ଗତ କୋଭିଡ ସମୟରେ ଉଲ୍ଲେଖନୀୟ କାର୍ଯ୍ୟ ଦକ୍ଷତା ପାଇଁ ୧୭ ଜଣ କୋଭିଡ ଯୋଦ୍ଧା ଙ୍କୁ ମୁଖ୍ୟ ଅତିଥି ମାନପତ୍ର ପ୍ରଦାନ ପୂର୍ବକ ସମ୍ମାନିତ କରିଥିଲେ।


ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ ମନୀଷା ବାନାର୍ଜୀ, ଜିଲ୍ଲା ଏସପି ରାହୁଲ ଜୈନ ଉପସ୍ଥିତ ଥିଲେ। କାର୍ଯ୍ୟ କ୍ରମ ଗୁଡ଼ିକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ପରିଚାଳନା କରିଥିଲେ।
ସ୍ବାଧୀନତା ଦିବସ ଅବସରରେ ଆଜି ସକାଳୁ ରାମଧୂନ ସହର ପରିକ୍ରମା କରିଥିଲେ । ସେହିପରି ସକାଳ ୭ଟା ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ପୂଜାରୀ ଗାନ୍ଧୀ ଛକଠାରେ ଥିବା ମହାତ୍ମା ଗାନ୍ଧୀ, ବୀର ସୁରେନ୍ଦ୍ର ସାଏ ଏବଂ ସ୍ବାଭାବ କବି ଗଙ୍ଗାଧର ମେହେରଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ପରେ ମୁଖ୍ୟ ଡାକ୍ତରଖାନାରେ ଫଳ ବଣ୍ଟନ କରିଥିଲେ।

Leave a comment

Your email address will not be published. Required fields are marked *