#Breaking News

ଏ କି ରାସ୍ତା, ଦୁଇ ଖଣ୍ଡ କାଠ ସାଜିଛି ଗମନା ଗମନ ର ମାଧ୍ୟମ


ଫୁଲ ବାଣୀ -17/8(ସୁନୀଲ ପଟ ନାୟକ )
ଏ କି ରାସ୍ତା ?ମାତ୍ର କାଠ ଦୁଇ ଖଣ୍ଡ ସାଜିଛି ଗମନା ଗମନ ର ଏକ ମାତ୍ର ଭ ର ସା l ଏଭଳି ବିପଦ ସଂକୁଳ ଅବସ୍ଥା ରେ ଜୀବନ କୁ ବାଜି ଲଗାଇ ଦୀର୍ଘ ଦିନ ହେଲାଣି ଯା ଆସ କରୁଛନ୍ତି ଲୋକେ l
ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜ଼ିଲା ଟିକାବାଲି ବ୍ଲକ ର ପେନାଲା ଗ୍ରାମରେ l ପିଲାଠୁ ଆରମ୍ଭ କରି ବୁଢା ବୁଢ଼ୀ ସଭିଏଁ ଏହି କାଠ ଦୁଇଖଣ୍ଡ ଉପର ଦେଇ ଭାଗ୍ୟ କୁ ଆଦରି ଯା ଆସ କରୁଛନ୍ତି l ଟିକିଏ
ଅସାଵଧାନ ହେଲେ କଥା ସରିଲା l ଜୀବନ ଚାଲିଯିବାର ଭୟ ବି ରହିଛି l
ଅନ୍ୟ ପଟେ ରାସ୍ତା ଥିଲେ ବି ଏହି ବାଟ କୁଆଡେ ଗ୍ରାମ ବାସି ଙ୍କୁ ବହୁତ ପାଖ ପଡୁଥିବାରୁ ସେମାନେ ସବୁବେଳେ ଏହି କାଠ ଉପର ଦେଇ ଯା ଆସ କରୁ ଥିବା କହିଛନ୍ତି l


ପୋଲଟିଏ ପାଇଁ ଗ୍ରାମବାସୀ ବି ଡ଼ି ଓ ଙ୍କ ଠାରୁ ଅରମ୍ଭ କରି ନେତା ମନ୍ତ୍ରୀ ଙ୍କୁ ଗୁହାରି କଲେଣି ହେଲେ କେହି ବି ଶୁଣୁନଥିବା କହିଛନ୍ତି ଗ୍ରାମ ବାସି l
କେବଳ ନିର୍ବାଚନ ବେଳେ ଭୋଟ ପାଇଁ ନେତା ଆସି ପୋଲ ଓ ରାସ୍ତା କରିଦେବେ ବୋଲି ପ୍ରତିଶୃତି ଦେଇ ଭୋଟ ଗଣ୍ଡାକ ପାଇସାରିବା ପରେ ଆଉ ପଛକୁ ଚାହୁଁନାହାନ୍ତି ବୋଲି ଗ୍ରାମବାସୀ କହିଛନ୍ତି l
ସେହିପରି ପଲ୍ଲୀ ସଭା ରେ ବି ଅନେକ ଥର ଗ୍ରାମବାସୀ ରାସ୍ତା ଓ ପୋଲ କଥା ଉଠାଇବା ପରେ କିଛି ଅର୍ଥ ମଧ୍ୟ ମଂଜୁର ହୋଇଥିଲାଯନ୍ତ୍ରୀ ବି ଆସିଦେଖି ଥିଲେ l ତାପରେ ସବୁ ଚୁପ l
ସରକାର ଗ୍ରାମାଞ୍ଚଳ ର ଲୋକମାନଙ୍କ ଗମନା ଗମନ ପାଇଁ ପ୍ରତିବର୍ଷ ଅର୍ଥ ଅନୁଦାନ ଯୋଗାଇ ଦେଉଛନ୍ତି ହେଲେ ଯନ୍ତ୍ରୀ ଓ ଠିକାଦାର ଙ୍କ ମଧୁ ଚନ୍ଦ୍ରିକା ଯୋଗୁଁ ସିଂହ ଭାଗ ଅର୍ଥ ବାଟ ମାରଣା ହେଉଥିବା ଅଭିଯୋଗ ହେଉଛି l ଫଳରେ ଲୋକଙ୍କ ସ୍ୱାର୍ଥ ସାଧିତ ହୋଇପାରୁନି l ଯାହା ଫଳରେ ପେନାଲା ଗ୍ରାମ ଭଳି ଜ଼ିଲା ର ଶତାଧିକ ଲୋକ ଏଭଳି ଦୁର୍ଦଶା ଭୋଗୁଥିବା ଦେଖା ଯାଇଛି l
ଜ଼ିଲ୍ଲା ପ୍ରସା ଶନ ଏଥି ପ୍ରତି ଦ୍ରୁଷ୍ଟି ଦେବା ସହ ଗମନା ଗମନ ର ସୁ ବ୍ୟ ବସ୍ଥା କରିବା ଦିଗରେ ପଦ କ୍ଷେପ ନେବା ଜରୁରୀ l ନଚେତ ଆଗାମୀ ପଂଚାୟତ ନିର୍ବାଚନ ରେ ମଧ୍ୟ ଏହାର ପ୍ରଭାବ ପଡିବ ସମ୍ଭା ବନା ରହିଛି

Leave a comment

Your email address will not be published. Required fields are marked *