#Breaking News

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ : ଫରେଷ୍ଟର ସୁଶାନ୍ତ ଦାଶ ଘରେ ଭିଜିଲାନ୍ସ ଚଢ଼ାଉ

ବରଗଡ଼ ୧୭/୮(ସତ୍ୟ ନାରାୟଣ ପ୍ରଧାନ)
ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ପଦ୍ମପୁର ଉପଖଣ୍ଡ ଝାରବନ୍ଧ ଫରେଷ୍ଟର ସୁଶାନ୍ତ ଦାଶଙ୍କ ପଦ୍ମପୁର ମାଷ୍ଟର କଲୋନୀ ସ୍ଥିତ ଘର ଓ ଝାରବନ୍ଧ ଅଫିସରେ ଏକକାଳୀନ ଭିଜିଲାନ୍ସର ଦୁଇଟି ଟିମ୍‌ ଚଢାଉ କରିଛି । ବରଗଡ଼ ଭିଜିଲାନ୍ସ ଡିଏସ୍‌ପି ଦାଶରଥି ସେଠୀଙ୍କ ନେତୄତ୍ବରେ ଦୁଇଟି ଟିମ୍‌ରେ ୧୨ ଜଣ

ସଦସ୍ୟ ଦୁଇଟି ଜାଗାରେ ଚଢାଉ କରିଥିବା ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା ୫୪ ଲକ୍ଷ ଟଙ୍କାର ବାସ ଭବନ,୫ ଲକ୍ଷ ଟଙ୍କାର ଆସବାବପତ୍ର, ଦୁଇଟି ମୂଲ୍ୟବାନ ପ୍ଲଟ,୫୪ ହଜାର ଟଙ୍କା ନଗଦ ଗାଡ଼ି ଆଦି ଭିଜିଲାନ୍ସ ବିଭାଗ ଅଧିକାରୀମାନେ ଠାବ କରିଛନ୍ତି। ତଦନ୍ତ ଜାରି ରହିଛି। ପୂର୍ବ ରୁ ସେ ପଦ୍ମପୁର ଅଫିସ ରେ କାର୍ଯ୍ୟରତ ଥିବା ସମୟରେ ଚାରା ଦୁର୍ନୀତି କରିବା ଅଭିଯୋଗରେ କାର୍ଯ୍ୟରୁ ନିଲମ୍ବିତ ହୋଇଥିଲେ।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *