#Breaking News

ଗୋବିନ୍ଦପୁର ଷ୍ଟେଟବ୍ୟାଙ୍କ ରେ ଟଙ୍କା ଗାଏବ, ବ୍ୟାଙ୍କ କର୍ମଚାରୀଙ୍କ ସଂପୃକ୍ତି ଅଭିଯୋଗରେ ଗ୍ରାହକଙ୍କ ଧାରଣା


ଢେଙ୍କାନାଳ (ଉଲାପ୍ର) ବ୍ୟାଙ୍କରୁ ଗ୍ରାହକମାନଙ୍କ ଲକ୍ଷ ଲକ୍ଷ ଟଙ୍କା ଗାଏବ । ବ୍ୟାଙ୍କ କର୍ମଚାରୀଙ୍କ ନାଁରେ ସଙ୍ଗୀନ ଅଭିଯୋଗ । ଏଭଳି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ଗୋବିନ୍ଦପୁର ଶାଖାରେ । କିଛି ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଓ ବରିଷ୍ଠ ନାଗରିକଙ୍କର ବ୍ୟାଙ୍କରେ ରଖିଥିବା ଲକ୍ଷ ଲକ୍ଷ ଟଙ୍କା ଗାଏବ ହୋଇଯାଇଛି ।ଏପରିକି ଗ୍ରାହକମାନଙ୍କ ସରଳତାର ସୁଯୋଗ ନେଇ ଖୋଦ ଏହି ବ୍ୟାଙ୍କରେ କାର୍ଯ୍ୟରତ ଥିବା ଜଣେ କର୍ମଚାରୀ ଦସ୍ତଖତ ଜାଲ କରି ଏହି ଟଙ୍କା ଉଠାଇ ନେଇଥିବା ଅଭିଯୋଗ ଉଠାଇଛନ୍ତି କ୍ଷତିଗ୍ରସ୍ତ ଗ୍ରାହକ । ଏ ସମ୍ପର୍କରେ ବାରମ୍ବାର ବ୍ୟାଙ୍କର ଶାଖା ପରିଚାଳକଙ୍କୁ ଜଣାଇଥିଲେ ମଧ୍ୟ ସେ ଦିନ ଗଡାଉଥିବା ବ୍ୟାଙ୍କ ମ୍ୟାନେଜରଙ୍କ ଭୂମିକା ମଧ୍ୟ ସନ୍ଦେହ ଘେରକୁ ଆସିଛି । ଫଳରେ ନିଜର ଲକ୍ଷ ଲକ୍ଷ ଟଙ୍କା ଫେରାଇବା ଓ ଏପରି ଠକେଇ କରିଥିବା ବ୍ୟାଙ୍କ କର୍ମଚାରୀମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ଅଡି ବସିଛନ୍ତି ଗ୍ରାହକ । ଏପରିକି ବ୍ୟାଙ୍କକୁ ତାଲା ପକାଇ ବ୍ୟାଙ୍କ ଫାଟକ ସମ୍ମୁଖରେ ଏହି କ୍ଷତିଗ୍ରସ୍ତ ଗ୍ରାହକମାନେ ଧାରଣା ଦେଇଥିବା ଦେଖାଯାଇଛି । ଯାହା ଫଳରେ ଉତ୍ତେଜନା ପ୍ରକାଶ ପାଇଥିବାବେଳେ ଏହି ବ୍ୟାଙ୍କ ଏକ ପ୍ରକାର ଅଚଳ ହୋଇପଡିଛି ।

Leave a comment

Your email address will not be published. Required fields are marked *