#Breaking News

ବେଲଘର ପଞ୍ଚାୟତ ଗୃହ ନିର୍ମାଣ କାର୍ଯ୍ୟ ସରିବାକୁ ନାହିଁ


ଫୁଲବାଣୀ-୧୮/୮(ସୁନୀଲପଟନାୟକ)
କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ବେଲଘର ପଞ୍ଚାୟତ ରେ ପଞ୍ଚାୟତ ଗୃହ ଅଧାପନ୍ତରିଆ ହୋଇ ପଡି ରହିଛି । ଦୀର୍ଘ ଦିନ ହେଲା ଗୃହଟି ର ନିର୍ମାଣ କାର୍ଯ୍ୟ ଶେଷ ହୋଇ ନାହିଁ । ତୁମୁଡିବନ୍ଧ ବ୍ଲକ ର ବେଲଘର ଏକ ପର୍ଯଟନ ସ୍ଥଳୀ ଓ ଏହି ସ୍ଥାନ ଆଖପାଖ ୫ଟି ପଞ୍ଚାୟତଲୋକମାନଙ୍କରମୁଖ୍ୟ ବଜାର ହୋଇଥିବାରୁ ସବୁ ଲୋକ ନିର୍ଭର କରନ୍ତି । ବିଶେଷ କରି ଏହି ବଜାର ଉପରେ ବିଲାମାଲ, ଝିରିପାଣି, ଲଂକାଗଡ, ଗୁମା ଏବଂ ବେଲଘର ଅଂଚଳର ଲୋକ ନିର୍ଭର କରନ୍ତି । କିନ୍ତୁ ମୁଖ୍ୟ ବଜାର ନିକଟରେ ରହିଥିବା ବେଲଘର ପଂଚାୟତ ର ଗୃହଟି ଅର୍ଦ୍ଧ ନିର୍ମିତ ହୋଇ ପଡି ରହିଛି ଅନେକ ଦିନ ହେଲା । ଅଭିଯୋଗ କଲେ ଶୁଣିବାକୁ କିଏ ନାହିଁ। ସ୍ଥାନୀୟ ବିଡ଼ିଓ ଙ୍କୁ ସ୍ଥାନୀୟ ଲୋକେ ବହୁବାର ଜଣାଇଲେ ମଧ୍ୟ ଫଳଶୁନ । ବିଡିଓ ଏ ଦିଗ 6ର ଆନ୍ତରୀକତା ପ୍ରଦର୍ଶନ କରୁ ନଥିବା କୁହାଯାଉଛି । ବିଡିଓ ବିକାଶ ମୂଳକ କାର୍ଯ୍ୟ କୁ ତ୍ୱରାନ୍ୱିତ କରିବା ପାଇଁ ବୁଦ୍ଧି ଯିବି ମାନେ କହିଛନ୍ତି ।
ତେବେ ବେଲଘର ନୂତନ ପଂଚାୟତ ଗୃହ କାର୍ଯ୍ୟ ଅତି ଶୀଘ୍ର ସାରିବା ପାଇଁ ସ୍ଥାନୀୟ ଲୋକେ ଦାବୀ କରିଛନ୍ତି ।
ଏହି ସମ୍ପର୍କରେ ସହକାରୀ ଯନ୍ତ୍ରୀଙ୍କୁ ପଚାରିବାରେ ସେ ଯାହା ଅନୁଦାନଅର୍ଥ ଆସିଥିଲା ସେତିକିରେ ଯାହା କାମ ହେବା କଥା ହୋଇଛି ପରବର୍ତ୍ତୀ ଅର୍ଥ ଅନୁଦାନ ଆସିଲେ ଉପରେ ସମ୍ମିଳନୀ କକ୍ଷ ନିର୍ମାଣ ହେବା ସହ ଫିନି ଶିଙ୍ଗ କାମ ହେବ ବୋଲି କହିଛନ୍ତି। ଅର୍ଥ ଅନୁବାନ ପାଇଁ ପତ୍ର ଲେଖାଯାଇଥିବା ସେ କହିଛନ୍ତି।

Leave a comment

Your email address will not be published. Required fields are marked *