#Breaking News

ଇ ଶକ୍ତି ପ୍ରକଳ୍ପ ତଦାରଖ କମିଟି ବୈଠକ


ବରଗଡ଼(ସତ୍ୟ ନାରାୟଣ ପ୍ରଧାନ)
ଇ ଶକ୍ତି ପ୍ରକଳ୍ପର ତଦାରଖ କମିଟି ବୈଠକ ବରଗଡ଼ ଠାରେ ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରୀୟ କୃଷି ବିକାଶ ଓ ଗ୍ରାମ୍ୟ ଉନ୍ନୟନ ବ୍ୟାଙ୍କ ର ପ୍ରବନ୍ଧକ ହଟ କିଶୋର ବେହେରା ଯୋଗଦାନ କରିଥିଲେ। ଚେୟାରମ୍ୟାନ ନିୟୁଲାଇଫ ଫାଉଣ୍ଡେସନ ଟ୍ରଷ୍ଟର ଅଧ୍ୟକ୍ଷ କଳାକାହ୍ନୁ ଦୀପ ଇ ଶକ୍ତି ପ୍ରକଳ୍ପ ଉପରେ ଆଲୋଚନା କରିଥିଲେ l ବିଶେଷକରି ସାମ୍ପ୍ରତିକ ପରିସ୍ଥିତି ରେ ସ୍ୱୟଂ ସହାୟକ ଗୋଷ୍ଠୀ ର ଭୂମିକା ଉପରେ ଶଙ୍କର ଚାଲାନ, ଡିପିଏମ ଓଏଲମ ଓ ନନ୍ଦିନୀ ମହାକୁର ଡିଏସଏମ, ପି କେ ପାତ୍ର କ୍ରେଡିଟ ମେନେଜର ଉତ୍କଲ ଗ୍ରାମ୍ୟ ବ୍ୟାଙ୍କ, ପୁର୍ଣଚନ୍ଦ୍ର ଆଚାର୍ଯ୍ୟ ସମବାୟ ବ୍ୟାଙ୍କ ପ୍ରମୁଖ ଆଲୋଚନା କରିଥିଲେ l ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକର ସଠିକ୍ ପରିଚାଳନା ବିଷୟରେ ବୈଠକରେ ବିଶେଷ ଆଲୋଚନା ହୋଇଥିଲା। ବୈଠକରେ ମହାଶକ୍ତି ଫାଉଣ୍ଡେସନ ର ରୋଜାଲିନ ଭୂୟାଁ , ଦେବଦତ୍ତ କ୍ଳବ ର ସଭାପତି କାହ୍ନୁ ମାଝୀ ଓ ନିୟୁଲାଇଫ ଫାଉଣ୍ଡେସନ ଟ୍ରଷ୍ଟ ପ୍ରତିନିଧି ଅଂଶ ଗ୍ରହଣ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଉଜ୍ୱଳ କେଶର ବିଭାର, ଜୟେନ୍ଦ୍ର କର୍ଣ୍ଣ, ସୁବୋଧ କୁମାର ସାହୁ, ସୁଶାନ୍ତ ସାହୁ,ବିଜୟି ଧୀର କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ l

Leave a comment

Your email address will not be published. Required fields are marked *