#Breaking News

ଫର୍ ପକ୍ଷରୁ ରକ୍ତଦାନ ଶିବିର


ବରଗଡ଼ ୧୫/୮(ସତ୍ୟ ନାରାୟଣ ପ୍ରଧାନ)
ବରଗଡ଼ ସଦର ମହକୁମା ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ସ୍ବେଚ୍ଛାସେବୀ ସଂଗଠନ ଫାଇଟ୍ ଅନ୍ ରାଇଟ୍ ଏବଂ ଆମ ଓଡ଼ିଶା ପକ୍ଷରୁ ଯୁବ ସ୍ବାଭିମାନ ଦିବସ ଅବସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ରାଜ୍ୟ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ସୁଶାନ୍ତ ସିଂ ଯୋଗଦେଇ ଶିବିର କୁ ଉଦଘାଟନ କରିଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ବିଜେପୁର ବିଧାୟିକା ରୀତା ସାହୁ, ବିଜୁ ଯୁବ ଜନତା ଦଳ ର ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ ପ୍ରମୁଖ ଯୋଗଦେଇ ଥିଲେ। ଫାଇଟ ଅନ୍ ରାଇଟ୍ ର ସଭାପତି ଇ° ଦେବବ୍ରତ ମିଶ୍ର ଶିବିର କୁ ପରିଚାଳନା କରିଥିଲେ। ଏଥିରେ ୨ଶହ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା।

Leave a comment

Your email address will not be published. Required fields are marked *