#Breaking News #District #Headlines

ଆଠଗଡ ଜିମସାର ରେ ଏମ ଆର ଆଇ ଓ ସିଟି ସ୍କାନ ମେସିନ ଉଦଘାଟିତ


ଆଠଗଡ( ଉଲାପ୍ର) ସମାଜ ଅନୁଷ୍ଠାନ ଦ୍ୱାରା ଆଠଗଡ ର ମାଧବପୁର ଠାରେ ପ୍ରତିଷ୍ଠା କରାଯାଇଥିବା ଜିମସାର ମେଡିକାଲ ରେ ଆଜି ସାଧାରଣ ଜନନତାଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାପାଇଁ ଏମ ଆର ଆଇ ଓ ସିଟି ସ୍କାନ ମେସିନ କୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦଘାଟନ କରିଛନ୍ତି,ଏହି ମେସିନ ଉଦଘାଟନ ହେବାପରେ ଜନସାଧାରଣ ବେଶ ଏହାର ସୁବିଧା ପାଇପାରିବେ, ଯୋଉଠି ସରକାର ଗ୍ରାମାଞ୍ଚଳ ହେଉ କି ସହରାଞ୍ଚଳ ମାନଙ୍କରେ ଏହିପରି ମେସିନ ଯୋଗାଇ ଦେଇ ପାରି ନାହାଁନ୍ତି ସେ ପରିପ୍ରେକ୍ଷୀରେ ସମାଜ ଭଳି ଏକ ଅନୁଷ୍ଠାନ ଆଠଗଡ ଭଳି ଗ୍ରାମାଞ୍ଚଳ ରେ ଏହି ମେସିନ ପ୍ରତିଷ୍ଠା କରାଯିବା ଏହା

ନିଶ୍ଚିତ ଭାବେ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମତବ୍ୟକ୍ତ କରିଛନ୍ତି,ଭାରତ ପେଟ୍ରୋଲିୟମ ନିଗମ ସହଯୋଗରେ ୬ କୋଟି ଟଙ୍କାର ଏହି ଏହି ମେସିନ ପ୍ରଦାନ କରି ଭାରତ ପେଟ୍ରୋଲିୟମ ଗ୍ରାମାଞ୍ଚଳ ରେ ବେଶ ସହାୟକ ହେବବୋଲି ଆଶା କରାଯାଉଛି,ଏହି ମେସିନ ଜିମସାର ଠାରେ ପ୍ରତିଷ୍ଠା କରାଯିବା ପରେ ସ୍ଥାନୀୟ ଅଞ୍ଚଳ ସହିତ ଆଠଗଡ ଉପଖଣ୍ଡ ସହିତ ଢେଙ୍କାନାଳ, ଅନୁଗୁଳ,ଭୁବନେଶ୍ୱର, କଟକ ପ୍ରଭୁତି ଅଞ୍ଚଳରେ ବେଶ ଖୁସିର ଲହରୀ ପରିଲକ୍ଷିତ ହୋଇଛି,ଲୋକସେବକ ମଣ୍ଡଳ ର ସଭାପତି ରାଜକୁମାର ଚୋପ୍ରାଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ସଭାରେ ଆଜୀବନ ସଭ୍ୟ ଭୀମସେନ ଯାଦବ,ଲୋକସେବକ ମଣ୍ଡଳ ର ଅନେକ ସଭ୍ୟ,ଭାରତ ପେଟ୍ରୋଲିୟମ ନିଗମର ବରିଷ୍ଠ କର୍ମକର୍ତା ପ୍ରମୁଖ ଯୋଗଦେଇଥିବା ବେଳେ ଜିମସାର ର ଅଧ୍ୟକ୍ଷ ତଥା ସମାଜର ପ୍ରକାଶକ ଓ ମୁଦ୍ରାକର ନିରଞ୍ଜନ ରଥ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ, ଲୋକସେବକ ମଣ୍ଡଳ ର ସମ୍ପାଦକ ପ୍ରଭାସ ଆଚାର୍ଯ୍ୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ,ଏହି ସମାରୋହରେ କଟକ ଜିଲା ତଥା ଆଠଗଡ ଅଞ୍ଚଳର ଅନେକ ବରିଷ୍ଠ ବ୍ୟକ୍ତି ଯୋଗଦେଇଥିଲେ।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *