#Breaking News

ରାଜୀବ ଗାନ୍ଧିଙ୍କ ୭୮ତମ ଜୟନ୍ତୀ ପାଳିତ

ଢେଙ୍କାନାଳ(ଉଲାପ୍ର): ଢେଙ୍କାନାଳ ଗାନ୍ଧୀ ମନ୍ଦିର ଠାରେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ଵର୍ଗତ ରାଜୀବ ଗାନ୍ଧୀଙ୍କ ୭୮ ତମ ଜନ୍ମ ଦିବସକୁ ସଦ୍‌ଭାବନା ଦିବସ ରୂପେ ପାଳିତ ହୋଇଯାଇଛି । ଜିଲ୍ଲା ସଭାପତି ସରୋଜ ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ସ୍ବର୍ଗତ ଗାନ୍ଧୀଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ ଦେଶରେ ଯୋଗାଯୋଗ , କଜ୍ୟୁମର୍ ଆକ୍ସ , ବୈଦଶୀକ ନୀତି ଓ ସର୍ବୋପରି ଦେଶରେ ଏକତା , ଅଖଣ୍ଡତା ଓ ଗଣତନ୍ତ୍ରକୁ ସୁଦୃଢ କରିବା , ସ୍ବର୍ଗତ ରାଜୀବ ଗାନ୍ଧୀଙ୍କର ବହୁ ବିକାଶମୁଖୀ କାର୍ଯ୍ୟାବଳୀ ଉପରେ ଉପସ୍ଥିତ ନେତୃବୃନ୍ଦ ସଭାରେ ମତପ୍ରକାଶ କରିଥିଲେ ସଭାରେ ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ , ଏଆଇସିସି ସଭ୍ୟ ସୁଭାଷିନୀ ମହାକୁଡ , ବରିଷ୍ଠ ସଦସ୍ୟ ରବିନାରାୟଣ ମହାନ୍ତି , ନାରୀନେତ୍ରୀ ତଥା ପିସିସି ସାଧାରଣ ସଂପାଦକ ସୋସିଆଲ୍ ମିଡିଆ ସମସିହା ତାୟବ , ଜିଲ୍ଲା ଉପସଭାପତି ଗୋପାଳ ସାହୁ , ଜିଲ୍ଲା ଆଇନ୍ ସେଲ୍ ଅଧ୍ୟକ୍ଷ ଅମ୍ରାନ ଖଟୁଆ , ବରିଷ୍ଠ ନେତା ନିର୍ମଳ ମିଶ୍ର , ରୁଦପ୍ରକାଶ ଶରଣ , ନିଶାକର ସାହୁ , ବିଜୟ କୁମାର ସ୍ୱାଇଁ , ଶେକ୍ ଜାବିଦ୍ ବକୁ , ସଂପାଦକ ମହମ୍ମଦ ସର , ନଗର ସଭାପତି ହାଇଦର ମହମ୍ମଦ , ଜିଲ୍ଲା ଛାତ୍ର ସଭାପତି ଶୁଭମ ଦାସ ପ୍ରମୁଖ ଉପସ୍ଥିତ ରହି ଗାନ୍ଧିଙ୍କର ସ୍ମୃତିଚାରଣ କରିଥିଲେ । ସଭାକାର୍ଯ୍ୟ ପ୍ରାରମ୍ଭରେ ପୂର୍ବତନ ରାଜ୍ୟ ଯୁବ କଂଗ୍ରେସ ସଭାପତି ସଂଗ୍ରାମ କେଶରୀ ଜେନାଙ୍କ ବିୟୋଗରେ ଗଭୀର ଦୁଃଖ ପ୍ରକାଶ କରିବା ସହିତ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ଦୁଇମିନିଟ୍ ପ୍ରାର୍ଥନା କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶୁଭମ ଦାଶଙ୍କ ନେତୃତ୍ବରେ ଏକ ଜିଲ୍ଲାସ୍ତରୀୟ ରକ୍ତଦାନ ଶିବିର ମୁଖ୍ୟ ଚିକିତ୍ସାଳୟସ୍ଥିତ ରକ୍ତଭଣ୍ଡାରରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବରରେ ୩୩୦ ୟୁନିଟି ରକ୍ତ ସଂଗ୍ରହ କରାଯାଇ ରକ୍ତଭଣ୍ଡାରକୁ ପ୍ରଦାନ କରାଗଲା । ଉକ୍ତ କାର୍ଯ୍ୟକ୍ରମକୁ କମଲ ପ୍ରୀତି ସିଂ , ଡୋନେଶ ମହାପାତ୍ର , ସିଦ୍ଧାନ୍ତ ମିଶ୍ର , ଜ୍ୟୋତି ପ୍ରକାଶ ବେହେରା , ହାଇଦର ମହଙ୍ଗୁ , ବିଶ୍ବଜିତ୍ ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ ।

Leave a comment

Your email address will not be published. Required fields are marked *