#Breaking News

ପ୍ରଶାସନ ଶୁଣିଲାନି ଶେଷରେ ଗ୍ରାମବାସୀ ତିଆରି କଲେ କାଠପୋଲ


ଫୁଲ ବାଣୀ-(ସୁନୀଲପଟନାୟକ)
ଗୁହାରୀ କରି କରି ଥକିଗଲେ ହେଲେ ପ୍ରଶାସନ ଶୁଣିଲା ନି, Iକେତେ ଆଉ ନେହୁରା ହୋଇଥାନ୍ତେ । ଶେଷରେ ଗାଁ ଲୋକେ ଏକ ହୋଇ କାଠପୋଲ ଟିଏ ନିର୍ମାଣ କରି ତା ଉପରେ ଯିବାଆସିବା କରୁଛନ୍ତି।
ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଳକ ମାଓ ଇଲାକା ଭାବେ ପରିଚିତପାଙ୍ଗା ଉପର ସାହି ପଞ୍ଚାୟତରେ ।
ଏହି ପଞ୍ଚାୟତର ଦୁଇଟି ୱ ୲ର୍ଡ ଚାରିପଟେ ବାଘନଦୀ ଘେରି ରହିଛି । ଖରାଦିନ ଯେମିତି ସେମିତି ଚଳିଯାଉଥିବାବେଳେ ବର୍ଷାଦିନରେ କଥା ସରିଲା। ବିଛିନ୍ନ ହୋଇଯାଆନ୍ତି ମାର୍କାଲି ଓଡ଼େଡି ସରୁ ଏହି ଦୁଇ ୱ ୲ର୍ଡ ବାସୀ ।
ବର୍ଷ ବର୍ଷ ଧରି ପୋଲଟିଏ ନିର୍ମାଣ କରିବାପାଇଁ ଗ୍ରାମବାସୀ ଦାବୀ କରି ଆସୁଥିଲେ ମଧ୍ୟ ପ୍ରଶାସନ ଶୁଣିବାକୁ ନାହିଁ।
ଶେଷରେ ଗ୍ରାମବାସୀ ନିଜ ନିଜ ମଧ୍ୟରେଚାନ୍ଦା କରି ବା ସହ ଶ୍ରମଦାନ କରି ଅସ୍ଥାୟୀ କାଠପୋଲ ନିର୍ମାଣ କରି ଦେଖାଇଛନ୍ତି । ଏହି ଦୁଇ ୱ ୲ର୍ଡରେ ୪ଶହ ଲୋକ ବସବାସ କରନ୍ତି।


କେବଳ ପୋଲ କି ରାସ୍ତା ସମସ୍ୟା ନୁହେଁ ପାନୀୟ ଜଳ ସମସ୍ୟାମଧ୍ୟ ରହିଛି । ଅଙ୍ଗନବାଡି କେନ୍ଦ୍ରଟିଏ ମଧ୍ୟ ନାହିଁ । ଅନ୍ୟ ଗ୍ରାମକୁ ଯାଇ ପାଠପଢ଼ନ୍ତି ପିଲା ମାନେ।
ଅଭିଯୋଗ କଲେ ମଧ୍ୟ ପ୍ରଶାସନ ଦୃଷ୍ଟିଦେଉନି ବୋଲି ପୂର୍ବତନ ସରପଞ୍ଚସୁମିତ୍ରା କହର, ଦଣ୍ଡପାଣି ଡିଗଲ, ଶରତ ଡିଗଲ,କୃତିବାସ ଦୀପପ୍ରମୁଖ ଅଭିଯୋଗ କରିଛନ୍ତି।
ପ୍ରଶାସନ ସେମାନଙ୍କ ଦାବୀ ପୁରଣ ନ କଲେ ଆଗାମୀ ପଞ୍ଚାୟତ ନିର୍ବାଚନରେ ଆବଶ୍ୟକ ପଡିଲେ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି।
ଫିରିଙ୍ଗିଆ ବିଡିଓ ଓ ପ୍ରକଳ୍ପ ନିର୍ଦ୍ଦେଶକ ଡିଆରଡିଏ ପ୍ରମୁଖ ଦୃଷ୍ଟି ଦେବ ।ଲାଗି ସଂପୃକ୍ତ ଗ୍ରାମବାସୀ ଦାବୀ କରିଛନ୍ତି ।

Leave a comment

Your email address will not be published. Required fields are marked *