#Breaking News

ତୁମୁଡ଼ିବନ୍ଧ ବ୍ଲକ ପ୍ରଶାସନର ଆନ୍ତରୀକ ପ୍ରୟାସ ଦୁର୍ଗମ ଅଞ୍ଚଳକୁ ରାସ୍ତା ନିର୍ମାଣ, ଲୋକେ ଖୁସ

ଫୁଲବାଣୀ-୨୩/୮(ସୁନୀଲପଟନାୟକ)
ସ୍ଵାଧୀନତାର ୭୪ ବର୍ଷ ପରେ ମଧ୍ୟ ଗାଁ କୁ ଖଣ୍ଡିଏ ରାସ୍ତା ନଥିଲା। ଯିବାଆସିବା ଲାଗି ଲୋକେ ନାହିଁ ନ ଥିବା ହଇରାଣ ହେଉଥିଲେ । ଏଭଳି ଅସୁବିଧା ଭୋଗୁଥିଲେ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ମୁଣ୍ଡି ଗଡ଼ ପଞ୍ଚାୟତର ଦେଓ ପଟ୍ଟା ଓ ବୁଡ଼ା କୁନ୍ଦେଲ ଗ୍ରାମବାସୀ,
ପାହାଡ଼ ପର୍ବତ ଡେଇଂ ମୁଣ୍ଡି ଗଡ ପଞ୍ଚାୟତ କୁ ଆସୁଥିଲେ । ଗାଁକୁ ଗାଡି ମଟର ଯା ଆ ସ କରିପାରୁ ନ ଥିବାରୁ ଲୋକେ କାନ୍ଧରେ ବୋହି ଚାଉଳ ଆଣୁଥିଲେ। ଏବେ ଏ ସବୁ ସମସ୍ୟା ଦୁର ହୋଇଛି। ଲୋକେ ଏବେ ଭଲରେ ଯ। ଆସ କରୁଛନ୍ତି । ଗାଁ ଲୋକେ ଏ6ବ ଭାରି ଖୁସି ।
ତୁମୁଡିବନ୍ଧ ବ୍ଲକ ବିଡିଓ ରୀନା ପ୍ରଧାନ ଙ୍କ ସମେତ ଯନ୍ତ୍ରୀ ଓ କର୍ମଚାରୀ ମାନଙ୍କ ନିଷ୍ଠାପର ଉଦ୍ୟମ ଓ ଆନ୍ତରିକତା ଯୋଗୁଁ ଏସବୁ ସମ୍ଭବ ହୋଇଛି । ଏହି ଗ୍ରାମବାସୀ ବିଡିଓ ରୀନା ପ୍ରଧାନଙ୍କୁ ଭେଟି ଗମନାଗମନ ରଅଭାବ ଅସୁବିଧା ସଂପର୍କରେ ଜଣାଇବା ପରେ ବିଡିଓ ପ୍ରଧାନ ଏହାକୁ ହୃଦୟଙ୍ଗମ କରି ଚଳିତ ୨୦୨୦-୨୧ ଆର୍ଥୀକ ବର୍ଷରେ ମନରେଗା ଯୋଜନାରେ ୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ରାସ୍ତା ନିର୍ମାଣ କରିଛନ୍ତି । କେବଳ ସେତିକି ନୁହେଁ ଗ୍ରାମର ଜବକାର୍ଡଧାରୀହିତାଧିକାରୀମାନେ ଦିନକୁ ୨୦୭ଟଙ୍କା ଲେଖାଏ ହିସାବରେ ୨ ହଜାର୨୩୫ ଦିନର ମଜୁରୀ ମଧ୍ୟ ପାଇଛନ୍ତି ।
ଗ୍ରାମକୁ ରାସ୍ତା ହେବା ସହ କାମଧନ୍ଦା ପାଇଥିବାରୁ ଗ୍ରାମବାସୀ ବ୍ଳକ ଓ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ୍ନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଧନ୍ୟବାଦ୍ ମଧ୍ୟ ଜଣାଇଛନ୍ତି । କେବଳଏହି ଗୋଟିଏ ଗ୍ରାମ ନୁହେଁ ବ୍ଳକର ଅନେକ ଦୁର୍ଗମ ଗ୍ରାମକୁ .ମନରେଗା ଯୋଜନାରେରାସ୍ତା ନିର୍ମାଣ
କରାଯାଉଥିବା ଦେଖିବାକୁ ମିଳିଛି ।

Leave a comment

Your email address will not be published. Required fields are marked *