#Breaking News

ବାଲି ଗେଡ଼ା ହାଇସ୍କୁଲପାଇଖାନାରେ ଉଇହୁଙ୍କା ସହ ସାପ, ଛାତ୍ରଛାତ୍ରୀ ଭୟଭୀତ


ଫୁଲ ବାଣୀ-୨୩/୮(ସୁନୀଲପଟନାୟକ)
କେନ୍ଦ୍ର ଓ ରାଜ୍ୟସରକାର ଶିକ୍ଷା ପ୍ରତି ଗୁରୁତ୍ଵ ଦେଉଛନ୍ତି । ଉନ୍ନତମାନର ସ୍କୁଲ ଗୃହ ସାଙ୍ଗକୁ ଟଏଲେଟ କରୁଛନ୍ତି । ଛାତ୍ର ଛାତ୍ରୀମାନେ ଯେପରି ସୁଲରେ ନିରାପଦରେ ବସି ପାଠ ପଢିବେ । ସେହିପରି ସୁବିଧା ପାଇଁ ପାଣି ବ୍ୟବସ୍ଥା ସହ ଟଏଲେଟମାନ ମଧ୍ୟନିର୍ମାଣ କରୁଛୁନ୍ତି । ହେଲେ କନ୍ଧମାଳ ଜିଲ୍ଲାକ ନୂଆ ଗାଁ ବ୍ଳକ ବାଲି 6ଗଡ଼ା ପଞ୍ଚାୟତର ସାସି ମାହା ୟୁଜି ହାଇ ସ୍କୁଲକୁ ଦେଖିଲେଜଣାପଡିବ ଛାତ୍ରଛାତ୍ରୀମାନେ କିଭଳି ପରିସ୍ଥିତିରେ ସ୍କୁଲକୁ ଆସୁଛନ୍ତି ଓଟଏଲେଟ ବ୍ୟବସ୍ଥା କିପରି ଅଛି। ଲୋକଙ୍କ ଦାବୀ ପରେ ୨୦୧୫ରେହାଇସ୍କୁଲଟି ପ୍ରତିଷ୍ଠା ହୋଇଥିଲା। ନ
ଏହି ହାଇସ୍କୁଲକୁ ପିଲାମାନେ ବର୍ଷ । ଦିନରେ କାଦସରସର ହୋଇବହୁ କଷ୍ଟରେଆସୁଛନ୍ତି । ବାଟରେ ଏକ ବିପଦ ସଙ୍କୁଳ କଲଭର୍ଟ ମଧ୍ୟ ରହିଛି ।
ସେହିପରି ହାଇ ସ୍କୁଲରେ ପିଲାଙ୍କ ପାଇଁ ଗତକିଛିବର୍ଷ ତଳେ ଲକ୍ଷାଧିକ ଟଙ୍କା ବ୍ୟୟରେ
ପାଣି ବ୍ୟବସ୍ଥା ସହ ଦୁଇଟି ୟୁରି ନାଲ ଓଟଏଲେଟନିର୍ମାଣ ହୋଇଥିଲା ଏମସିଏଲ ପକ୍ଷରୁ ନିଯୁକ୍ତ ଠିକାଦ।ର ଏହାକୁ ପୁରା ନ କରି ଅଧାପନ୍ତୁରିଆଅବସ୍ଥାରେ ଦୀର୍ଘବର୍ଷ ହେଲା ପକାଇ ବିଲ ନେଇ କୁଆଡ଼େ ଛୁ ମାରିଛନ୍ତି ଯେ ଆଉ ଦେଖା ଦର୍ଶନ ନାହିଁ। ଏହି ପାଇଖାନା ଭିତରେ ନା ପେନ ବସିଛି ନା ପଲସ୍ତରା ହୋଇଛି । ପାଣି ବ୍ୟବସ୍ଥା ନାହିଁ। ଏବେ ଭିତରେ ବିରାଟଉଇହୁଙ୍କା ହେବା ସହ ବିଷଧର ସାପ ରହୁଛନ୍ତି । ସାପ ଦେଖି ପିଲାମାନେ ଭୟଭୀତ ହେଉଛନ୍ତି । ସ୍କୁଲ ଆସିବା ଲାଗି ମଙ୍ଗୁନାହନ୍ତି ।
ଅଭିଯୋଗ କଲେ ଶୁଣୁଛି କିଏ ?
ସେହିପରି ହାଇସ୍କୁଲରେ ସ୍ଥାୟୀପ୍ରଧାନଶିକ୍ଷକ ନାହାନ୍ତି। । ପିଲାଙ୍କୁ ବହିପତ୍ର ଏଯାଏ ମିଳିନି
କୁ ଆଡେ ।
ସେହିପରି ବିଦ୍ୟାଳୟ ଉନ୍ନତିକରଣ ପାଇଁ ଆସିଥିବା ଅର୍ଥର ମଧ୍ୟ ଦୁରୁପଯୋଗ ହୋଇଥିବା କୁହାଯାଉଛି । ହାଇସ୍କୁଲର ଚାରିପଟେ ଲଟାବୂଦାରେ ଭର୍ତ୍ତୀ। ଫଳରେ ପିଲାଙ୍କ ସୁରକ୍ଷା ଦୃଷ୍ଟିରୁ ଶିକ୍ଷକମାନେ କିଛି ସଫା କରିଥିଲେ ମଧ୍ୟ ଏହା ଯଥେଷ୍ଟ ନୁହେଁ।
ଏଥିପ୍ରତି ବିଡିଓ ଓ ଜିଲ୍ଲା ପାଳ ତୁରନ୍ତ ଦୃଷ୍ଟିଦେବା ପାଇଁ ଗ୍ରାମବାସୀ ଦାବୀ କରିଛନ୍ତି ।

Leave a comment

Your email address will not be published. Required fields are marked *