#Breaking News

ଜାଗୃତି ମହିଳା ଶାଖା ର ସଭ୍ୟା ମାନେ ଟାଉନ ଥାନା ରେ ରକ୍ଷା ବନ୍ଧନ ଉତ୍ସବ ପାଳନ କଲେ


ବରଗଡ୨୩/୮(ସତ୍ୟ ନାରାୟଣ ପ୍ରଧାନ)
ଜାଗୃତି ମହିଳା ଶାଖା ର ସଭ୍ୟା ମାନେ ବରଗଡ଼ ଟାଉନ ଥାନା ପରିସରରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ବା ରାକ୍ଷୀ ପୂର୍ଣ୍ଣିମା ପାଳନ କରିଥିଲେ। କୋଭିଡ଼ କଟକଣା ସାମନ୍ୟ କୋହଳ ହେବା ପରେ ଏହି ଉତ୍ସବ ପାଇଁ ବରଗଡ଼ ସହର ଚଳଚଞ୍ଚଳ ହୋଇଥିଲା । ବରଗଡ଼ ମାରୱାଡି ଯୁବାମଞ୍ଚର ଜାଗୃତି (ମହିଳା)ଶାଖା ପକ୍ଷରୁ କରୋନା ଯୋଦ୍ଧା ପୋଲିସ ଅଧିକାରୀ (ଭାଇ)ମାନଙ୍କୁ ସଦସ୍ୟା ମାନେ ରାକ୍ଷୀ ବାନ୍ଧି ଏହି ଉତ୍ସବ ପାଳନ କରିଥିଲେ। ଏହି ଅବସରରେ ବରଗଡ଼ ଟାଉନଥାନା ପରିସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜାଗୃତି ଶାଖାର ପ୍ରତିଷ୍ଠାତା ସଭାନେତ୍ରୀ ମଧୁ ଜୈନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ସପ୍ନା ଧାନୁକା, ପୁନମ ଅଗ୍ରୱାଲ, ରଞ୍ଜିତା ଭଟ୍ଟ, ରେଖା ଅଗ୍ରୱାଲ, ନିଶା ଗୋୟଲ, ମିଲି ଅଗ୍ରଓ୍ୱାଲ ପ୍ରମୁଖ ଏହି ଅବସରରେ ଉପସ୍ଥିତ ରହି ଥାନାଧିକାରୀ ସଦାନନ୍ଦ ପୂଜାରୀ ତଥା ଅନ୍ୟାନ୍ୟ ପୋଲିସ ଭାଇ ମାନଙ୍କୁ ସହରକୁ ସୁରକ୍ଷା ଯୋଗାଉଥିବା ଯୋଗୁଁ ସେମାନଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ । ଜାଗୃତି ଶାଖାର ଏପରି କାର୍ଯ୍ୟକ୍ରମ ପୋଲିସ ଭାଇ ମାନଙ୍କ ମଧ୍ୟରେ ଆହୁରି ପ୍ରେରଣା ଓ ଉତ୍ସାହ ଭରି ଦେଇଛି।

Leave a comment

Your email address will not be published. Required fields are marked *