ରାସ୍ତା ପାଲଟିଛି ମରଣ ଯନ୍ତା /ପାଣି ରେ ଯିବାକୁ ପଡେ ସ୍କୁଲ
ଫୁଲବାଣୀ 25/08 (ସୁନୀଲ ପଟନାୟକ )
ବାଲିଗୁଡା ଏନଏସି ଅନ୍ତର୍ଗତ 6 ନମ୍ବର ୱାର୍ଡ ନୁଆସାହି ରୁ ଆଦର୍ଶ ବିଦ୍ୟାଳୟ କୁ ଯିବା ରାସ୍ତା ଶୋଚନୀୟ ହୋଇ ପଡିଛି |ବାରମ୍ବାର ପ୍ରଶାସନ ର ଦୃଷ୍ଟି ଆକର୍ଷଣ କଲେ ମଧ୍ୟ ଏଥିପ୍ରତି କାହାର ନଜର ପଡୁନାହିଁ | ରାସ୍ତାରେ ଯିବା ଏକ ପ୍ରକାର କଷ୍ଟ ସାଧ୍ୟ୍ୟ |ସ୍ଥାନେ ସ୍ଥାନେ ଖାଲ ଖମା ହୋଇ ଅସରାଏ ବର୍ଷା ହେଲେ ପାଣି ଜମି ରହୁଛି | ସାଇକେଲ, ଗାଡି ମଟର ଯିବା ରେ ଅସୁବିଧା ଦେଖା ଦେଉଛି |ସ୍କୁଲ, କଲେଜ ଯିବା ରେ ଛାତ୍ର ଛାତ୍ରୀ ମାନଙ୍କୁ ପାଣି ମଧ୍ୟରେ ଯିବା ଆସିବାକୁ ପଡୁଛି |ଏହି ରାସ୍ତା ଦେଇ ଲୋକ ମାନେ ଙ୍କୁ କାର୍ଯ୍ୟ ରେ ଯିବା ଆସିବାକୁ ପଡୁଛି | ଆଦର୍ଶ ବିଦ୍ୟାଳୟ, ସିଟି ସ୍କୁଲ, କେବି ହିଷ୍ଟ ସମେତ ଦଣ୍ଡପଦର, ପେନାକେତା, ସୁରୁବାଲି ଆଦି କୁ ଏହି ରାସ୍ତାରେ ଯିବା ଆସିବାକୁ ପଡେ |କିନ୍ତୁ ବାଲିଗୁଡା ଏନଏସି ଅନ୍ୟ ରାସ୍ତା ଘାଟ ନିର୍ମାଣ କାର୍ଯ୍ୟ କରୁ ଥିବା ବେଳେ ନୁଆସାହି, କନ୍ଧସାହି ରୁ ଆଦର୍ଶ ବିଦ୍ୟାଳୟ କୁ ରାସ୍ତା ତିଆରି ରେ ପାତର ଅନ୍ତର କାହିଁକି ବୋଲି ନୁଆସାହି ଗ୍ରାମ୍ୟ କମିଟି ସଭାପତି ଇନ୍ଦ୍ରମଣି ପାତ୍ର,ଉପ ସଭାପତି ଶିବରାମ ପ୍ରଧାନୀ ବୋଲି କହିଛନ୍ତି ଆଗାମୀ ଏନ ଏ ସି ନିର୍ବାଚନ ବର୍ଜନ କରିବାକୁ ସାହି ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ଗ୍ରାମ୍ୟ କମିଟି ସଭାପତି ଲଳିତ ପାତ୍ର l |ନୁଆସାହି, କନ୍ଧ ସାହି ରାସ୍ତା ଓ ଡ୍ରେନ ପାଇଁ ଅନେକ ଥର ପ୍ରସ୍ତାବ ଦିଆଯାଇଥିବା ପୂର୍ଵତନ ଏନଏସି ଅଧ୍ୟକ୍ଷ ଲୋକନାଥ ପାଢ଼ୀ କହିଛନ୍ତି, କିନ୍ତୁ ଏନଏସି ଦାୟିତ୍ୱ ରେ ଥିବା ଯନ୍ତ୍ରୀ ମାନଙ୍କ ନିଜ ଇଚ୍ଛା ରେ ରାସ୍ତା ଘାଟ ର ଟେଣ୍ଡର କରୁଥିବା ଯୋଗୁଁ ଅନେକ ଆବଶ୍ୟକତା ଥିବା ରାସ୍ତା ନିର୍ମାଣ ହୋଇ ପାରୁନଥିବା କହିଛନ୍ତି|ଏନେଇ ବାଲିଗୁଡା ଏନଏସି ଦାୟିତ୍ୱ ରେ ଥିବା ବାଲିଗୁଡା ଉପଜିଲ୍ଲାପାଳ ଡ଼ ଶୁଭଙ୍କର ମହାପାତ୍ର ଙ୍କୁ ଫୋନ ଦ୍ୱାରା ଯୋଗାଯୋଗ କରାଯାଇ ଥିଲେ ମଧ୍ୟ ସମ୍ପର୍କ ହୋଇ ପାରିନ ଥିଲା ||