#Breaking News

:ଆଜି ଠାରୁ ବୁଦ୍ଧିବାମନ ଓଷା ଆରମ୍ଭ

ଢେଙ୍କାନାଳ( ଉଲାପ୍ର)ଭାଦ୍ରବ ମାସର ଆଜିଠାରୁ ଆରମ୍ଭ ହୋଇଛି ବୁଦ୍ଧିବାମନ ଓଷା । ଏହି ମାସରେ 4 ଟି ବୁଧୁବାରରେ ଏହି ଓଷା ପାଳନ କରାଯିବ । ମହିଳା ମାନେ ଏହାକୁ ନିଷ୍ଠାର ସହ ପାଳନ କରିଥାନ୍ତି । ଶିଳ ସିଳୁପୁଆ କୁ ସ୍ନାନ କରାଯାଇ ,ହଳଦୀ କଉଡ଼ି ଗୁଆ ରେ ଠାକୁରଙ୍କୁ ସ୍ଥାପନ କରାଯାଇଥାଏ । ବିଭିନ୍ନ ପ୍ରକାରର ଫୁଲରେ ଠାକୁରଙ୍କୁ ପୂଜାକରାଯାଇ ଥାଏ । ବିଭିନ୍ନ ଫଳ ଓ ପୀଠମିଠା ଦେଇ ଠାକୁରଙ୍କୁ ଭକ୍ତିର ସହ ପୂଜା କରାଯାଇଥାଏ । ଓଡ଼ିଆ ଘରର 12 ମାସରେ 13 ପର୍ବ ମଧ୍ୟରୁ ଏହି ବୁଦ୍ଧିବାମନ ଓଷାଟି ଅନ୍ୟତମ ଅଟେ ।

Leave a comment

Your email address will not be published. Required fields are marked *