#Breaking News

ପିସି କାରବାର ଯୋଗୁ ରାସ୍ତା ଅବସ୍ଥା ସାଂଘାତିକ


ଫୁଲ ବାଣୀ-26/8( ସୁନୀଲ ପଟ୍ଟନାୟକ)
ଯନ୍ତ୍ରୀଙ୍କ ପିସି କାରବାର ଯୋଗୁଁ ରାସ୍ତା ଅବସ୍ଥା ସାଂଘାତିକ । ମରାମତି ହେଲେବି ଅବସ୍ଥା ସୁଧୁରୁନି । ଅଭିଯୋଗ କଲେ ବି ଶୁଣୁଛି ବା
କିଏ ?
ଏ ଭଳି ଅବସ୍ଥା ସୃଷ୍ଟି ହୋଇଛି. କନ୍ଧମାଳ ଜିଲ୍ଲାର ଟିକା ବାଲି ବ୍ଳକବାହାଡା ସାହିଯିବା ରାସ୍ତାରେ ।
ଏହି ରାସ୍ତାଦେଇ ଦିନ ରାତି ଅନେକ ଗାଡି ମଟର ଯିବା ଆସିବା କରୁଛି । ଟିକା ବାଲି ବ୍ଳକର ମୋଟ ୧୧ଟି ପଞ୍ଚାୟତ ମଧ୍ୟରୁ ୮ଟି ପଞ୍ଚାୟତର ହଜାର ହଜାର ଲୋକ ଏହି ରାସ୍ତାଦେଇ ଯିବା ଆସିବା କରୁଛନ୍ତି।
ତେବେ ଏହି ରାସ୍ତ । ଦେଇ ଏକ ଠିକା କଂପାନୀର ବଡ ବଡ ଗୁଡି ବୋଝେଇ ଟ୍ରକ ଯାଉଥିବା ଫଳରେ ରାସ୍ତା ଉପରେ ପ୍ରେସର ପଡି ରାସ୍ତା ନଷ୍ଟ ହେଉଛି ବୋଲି ଯନ୍ତ୍ରୀ କହୁଛନ୍ତି ।
କେଉଟ ସାହିରୁଗୁଡାରି ସାହି ଯାଏ ରାସ୍ତାର ବିଭିନ୍ନ ସ୍ଥାନରେ ଗାତ ମାନ ହୋଇଛି ଫଳରେ ଦୁର୍ଘଟଣା ମାନ ବଢିବାରେ ଲାଗିଛି।
ଏହି ରାସ୍ତାଦେଇ ସରକାରିବାବୁ ଓ ଧୋବଧାଉଳିଆ ନେତାମାନେ ମଧ୍ୟ ଯାଆସ କରନ୍ତି ତଥାପି କହାର ଦୃଷ୍ଟି ପଡୁନି ।
ଜିଲ୍ଲା ପ୍ରଶାସନ ଏଥିପତି ଦୃଷ୍ଟିଦେଇ ବିହିତ ପଦକ୍ଷେ ପମାନ ଗ୍ରହଣ କରିବାକୁ ଦାବୀ ହେଉଛି ।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *