#Breaking News

ନାଗରିକ ସୁରକ୍ଷା ମଞ୍ଚର ଅଭିଯୋଗକୁ ମୁହଁତୋଡ ଜବାବ ଦେଲେ ଅଭୟ ବାରିକ,ନାଗରିକ ସୁରକ୍ଷା ମଞ୍ଚ ରଣେନ୍ଦ୍ରଙ୍କୁ ସୁରକ୍ଷା ଦେବାକୁ ପ୍ରୟାସ,ଚାଷୀଙ୍କ ସୁରକ୍ଷା ପାଇଁ ମୁହଁ ଖୋଳୁନ କାହିଁକି


ଆଠଗଡ(ଉଲାପ୍ର)ଚାଷୀଙ୍କ ଟଙ୍କା ଖାଇଲ ଚାଷୀଙ୍କୁ ଆଠଗଡ ଉପଜିଲ୍ଲାପାଳଙ୍କ ଅଫିସରେ ପଶି ବିଜେଡି କର୍ମୀମାନେ ମାଡ ମାରିଲ, ଶୁକ୍ରବାର ଦିନ ନାଗରିକ ସୁରକ୍ଷା ମଞ୍ଚ ଚାଷୀଙ୍କ ପାଇଁ ନବାହାରି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ସୁରକ୍ଷା ଦେବାପାଇଁ ଆଠଗଡ ରେ ଏକ ସାମ୍ବାଦିକ ସମିଳନୀ କରି ଅଭୟ ବାରିକଙ୍କ ଉପରେ ବର୍ଷିଛନ୍ତି ନାଗରିକ ସୁରକ୍ଷା ମଞ୍ଚର କର୍ମକର୍ତା ମାନେ, ଆଉ ଏହାର ପାଲଟା ଜବାବ ଦେଇଛନ୍ତି ଅପରାହ୍ନରେ ଚାଷୀଙ୍କ ପାଇଁ ଲଢ଼ୁଥିବା ଅଭୟ ବାରିକ,ଏବେ ଆଠଗଡ ଚାଷୀଙ୍କ ପାଇଁ କାହା ପ୍ରାଣ କାନ୍ଦୁଛି ଏଥିରୁ ସ୍ପଷ୍ଟ ପ୍ରମାଣିତ ହୋଇଯାଉଛି,ଆଠଗଡ ରେ ଚାଷୀ ଆନ୍ଦୋଳନ ଏବେ ଉର୍ଦ୍ଧ୍ବ ମୁଖା ହେବାରେ ଲାଗିଛି,ଗୋଟିଏ ପଟେ ଚାଷୀଙ୍କ ଟଙ୍କା ଖାଇଥିବା ସିସିବି ବ୍ୟାଙ୍କର କର୍ମଚାରୀଙ୍କ ମଧ୍ୟରୁ ୭ଜଣକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଚାଷୀଙ୍କ ଅର୍ଥ ଆତ୍ମସାତ ଘଟଣାରେ ଚାଷୀମାନେ ସିଧାସଳଖ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ତାଙ୍କ ବଡଭାଇ ସିସିବି ବ୍ୟାଙ୍କର ପୂର୍ବତନ ସଭାପତି ବିରେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଆଡକୁ ଚାଷୀ ଆଙ୍ଗୁଳି ନିର୍ଦେଶ କରୁଥିବା ବେଳେ ମନ୍ତ୍ରୀ ଥରୁଟିଏ ମଧ୍ୟ ମିଡିଆ ଆଗକୁ ଆସି କିଛି ଉତର ରଖୁ ନଥିବା ବେଳେ ଶୁକ୍ରବାର ଦିନ ନାଗରିକ ସୁରକ୍ଷା ମଞ୍ଚର କର୍ମକର୍ତା ମାନେ ଅଭୟ ବାରିକ ଜଣେ ଟାଉଟର, ଚାକିରୀ କରାଇ ଦେବାକୁ କହି ଲକ୍ଷଲକ୍ଷ ଟଙ୍କା ଲୋକମାନଙ୍କ ଠାରୁ ନେଇଥିବା ଅଭିଯୋଗ କରିଥିଲେ,ଏହା ସହିତ ଆଠଗଡ ରେ ଆଇନ କାନୁନ କିଛି ନାହିଁ,ଆଠଗଡ ରେ ଗୋ ମାଂସ ଚାଲାଣ ହେଉଛି ପ୍ରଭୁତି ଘଟଣା ନେଇ ସାମ୍ବାଦିକ ସମିଳନୀ କରାଯାଇଥିଲା, ଏଠି ପ୍ରଶ୍ନ ଉଠୁଛି ସରକାରରେ ବିଜେଡି ଦଳ,ତମର ମନ୍ତ୍ରୀ ଅଛନ୍ତି ରାଜ୍ୟରେ ,ତେବେ ଆଠଗଡ ରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ର ପ୍ରମାଣ ଦେଉଛି ନାଗରିକ ସୁରକ୍ଷା ମଞ୍ଚ,ତେବେ ନାଗରିକ ସୁରକ୍ଷା ମଞ୍ଚ କାହାର ବୋଲି ପ୍ରଶ୍ନ କରିବା ସହିତ ଏହି ଘଟଣା ପରେ ଅଭୟ ବାରିକ ଅପରାହ୍ନରେ ଏକ ସାମ୍ବାଦିକ ସମିଳନୀ କରି ନାଗରିକ ସୁରକ୍ଷା ମଞ୍ଚ କରିଥିବା ଅଭିଯୋଗ ଗୁଡିକ ଉପରେ କାଉଣ୍ଟର ଆଟାକ କରିଥିବା ବେଳେ ସେ କହିଛନ୍ତି ଯଦି ମୁଁ ଚୋର ତେବେ ମୋ ନାମରେ ଏତେଲା ଦିଅ ପୋଲିସ ମୋତେ ଗିରଫ କରୁ, କାହିଁକି ତମ ନେତାଙ୍କର ସେ ସତସାହାସ ନାହିଁ କାହିଁକି ନା ସମବାୟ ମନ୍ତ୍ରୀ ସିଧାସଳଖ ଚାଷୀଙ୍କ ଟଙ୍କାକୁ ଆତ୍ମସାତ କରିଛନ୍ତି ବୋଲି ସାମ୍ବାଦିକ ସମିଳନୀ ରେ ପ୍ରକାଶ କରିଥିଲେ ଅଭୟ,ଅଭୟ ଆହୁରି ମଧ୍ୟ କହିଛନ୍ତି ଚାଷୀଙ୍କ ଟଙ୍କା ଖାଇଲ,ଚାଷୀ ଋଣ ନକରି ମଧ୍ୟ ଲକ୍ଷଲକ୍ଷ ଟଙ୍କାର ଚାଷୀ ରୁଣୀ ହୋଇଛନ୍ତି,ଗୁରୁଡ଼ିଝାଟିଆ ସୋସାଇଟି ରେ ଏକ କୋଟି ଦଶଲକ୍ଷ ଟଙ୍କାର ଋଣ କରି କର୍ମଚାରୀ ଓ ବ୍ୟାଙ୍କର ଅଫିସର ମାନେ ମିଲିଭାଗତ କରି ଖାଇଥିବା ପ୍ରମାଣ ମିଳିବା ପରେ ଥାନାରେ ମାମଲା ରୁଜୁ ହୋଇଛି,ଯୋଉ ଚାଷୀ ମାନଙ୍କ ଟଙ୍କାକୁ ଲୁଟିଟି ଖାଇଛ ସେହି ଚାଷୀ ମାନଙ୍କ ପାଇଁ ଟିକେ ନବାହାରି ନେତା ରନେନ୍ଦ୍ରଙ୍କୁ ଘଣ୍ଟ ଘୋଡାଇବା ପାଇଁ ଚେଷ୍ଟା କରାଯାଇଛି ବୋଲି ଅଭୟ ଅଭିଯୋଗ କରିଛନ୍ତି,ଚାଷୀଙ୍କୁ ଆଠଗଡ ଉପଜିଲ୍ଲାପାଳ ଙ୍କ ଅଫିସରେ ପଶି ମାଡ଼ ମରିଲ,ଚାଷୀଙ୍କ ବୈଠକକୁ ଭଣ୍ଡୁର କଲ ସେଥିରେ ମନ ମାନିଲା ନାହିଁ ,ଇଏ କୋଉ ପ୍ରକାର ରାଜନୀତି,ଯଦି ନାଗରିକ ସୁରକ୍ଷା ମଞ୍ଚ ର ଆଠଗଡ ପ୍ରତି ଏତେ ଦରଦ ଆଉ ତାଙ୍କ ମାନଙ୍କର ପ୍ରାଣ କାନ୍ଧୁଚି ତେବେ ଆଠଗଡ ରେ ଷ୍ଟାଡିଅମ କାହିଁକି ଅଧାରେ ପଡିଛି,ବସଷ୍ଟାଣ୍ଡ କାମ କାହିଁକି ସରୁନି, ଶୀତଳ ଭଣ୍ଡାର ଆଠଗଡ ରେ କାହିଁକି ନାହିଁ,ନୂଆପାଟଣା ସୂତା କଳ କାହିଁକି ବନ୍ଦ ହେଲା,ମା ବାଉତି ପାୱାର ଲୁମ କୁ ବିକ୍ରି କରିଦିଆଗଲା କାହିଁକି ଏଭଳି ଆହୁରି ଅନେକ ପ୍ରଶ୍ନ ଲୋକଙ୍କ ମନରେ ଉଙ୍କି ମାରୁଥିବା ବେଳେ ତାହା ନକରି ରାଜାଙ୍କୁ ସୁରକ୍ଷା ଦେବାକୁ ନାଗରିକ ସୁରକ୍ଷା ମଞ୍ଚର ଆବିର୍ଭାବ ବୋଲି ଅଭିଯୋଗ କରିଛନ୍ତି ଅଭୟ ବାରିକ,

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *