#Breaking News

ମିଶ୍ରିତ ଚାଷକରି ମଦନ ଦୁଇ ଗୁଣ ଅର୍ଥ ଉପାର୍ଜନ କଲେ


ଫୁଲବାଣୀ-୨୮/୮(ସୁନୀଲପଟନାୟକ)
ମଦନ ମାଝଘର କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଳକର ବାରଖମା । ଆଗରୁ ମଦନ ବର୍ଷାଜଳ ଉପରେ ନିର୍ଭର କରି ବର୍ଷକୁ ଗୋଟିଏ ଥର ଚାଷ କରି କମ ପଇସା ଉପାର୍ଜନ କରୁଥିଲେ । ଫଳରେ ପିଲାଛୁଆ ସହ ପରିବାର ଚଳାଇବା ମୁସ୍କିଲ ହୋଇପଡୁଥିଲା । ହେଲେ ବାଲିଗୁଡ଼ା ଆଇଟିଡିଏ ବିଭାଗୀୟ ଅଧିକାରୀ ମିଶ୍ରିତ ଚାଷ କରିବାଲାଗି ମଦନକୁ ପରାମର୍ଶ ଦେଇଥିଲେ । ଓ ଏହି ଚାଷ କଲେ ଅଧିକ । ଲାଭବାନ ହେଇପାରିବା ସହ ଦ୍ଵିଗୁଣ ଆୟ ହେବ ବୋଲି କୁହାଯାଇଥିଲା । ବାବୁମାନଙ୍କ କଥା ମାନି ମଦନମିଶ୍ରିତ ଚାଷ ଆରମ୍ଭ କରିଥିଲେ। ମଦନ ଜମିରେ ଉନ୍ନତ କିସମ
କଦଳୀ ଚାରା ଲଗାଇ ବା ସହ ଭେଣ୍ଡି,ବାଇଗଣ, ଆମ୍ବ ସହ ଲଙ୍କା, ଟମାଟ, ଆଦି ବିଭିନ୍ନ କିସମର ପନି ପରିବା ଚାଷ କରୁଛନ୍ତି । ବିଭାଗ ପକ୍ଷରୁ ପମ୍ପସେଟ, ବିହନ ଆଦି ମଦନକୁ ପ୍ରଦାନ କରାଯିବା ପରେ ସେ ନିକଟସ୍ଥ ନାଳରୂପମ୍ପ ଯୋଗେ ପାଣି ଉଠାଇ ଜମିକୁ ଜଳସେଚନ ବ୍ୟବସ୍ଥା କରିଛନ୍ତି । ଫଳରେ ଏବେ ବର୍ଷସାରା ଚାଷ କରିପାରୁଛନ୍ତି ମଦନ । ଆଉ ତାଙ୍କ ଆୟ ଏବେ ଦ୍ଵିଗୁଣିତ ହୋଇଯାଇଛି । ସେ ଓ ତାଙ୍କର ପରିବାରଏବେ ଭଲରେ ଚଳୁଛନ୍ତି । ବାଲିଗୁଡ଼ାଆଇଟିଡିଏ ତାଙ୍କର ଭାଗ୍ୟ ଓ ଭବିଷ୍ୟତ ବଦଳାଇ ଦେଇଥିବା କଥା ଖୁସିରେ ମଦନ କହିଛନ୍ତି ।
ମଦନ ଏବେ ଅଞ୍ଚଳର ଅନ୍ୟ ଚାଷୀ ଙ୍କ ପାଇଁ ଉଦାହରଣ ସାଜିଛନ୍ତି ।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *