#Breaking News #Uncategorized

ଜନ୍ମାଷ୍ଟମୀ ଓ ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ଶ୍ରାଦ୍ଧ ଦିବସ ପାଳିତ, ଚକାପାଦ ଓ ଜଲେଶପଟ୍ଟା ରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି,


ଫୁଲବାଣୀ-(ସୁନୀଲପଟନାୟକ)
ଆଜି ଜନ୍ମାଷ୍ଟମୀ, ଓ
ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ତିରୋଧାନ ଦିବସ, Iଠିକ ୧୩ ବର୍ଷ ତଳେ ଆଜିର ଦିନରେ ଜଲେଶପଟା ଆଶ୍ରମ ପରିସରରେ ଦୁର୍ବର୍ତ୍ତମାନେ ପଶି ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ସମେତ ୫ ଜଣଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ ।
ଫଳରେ ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ତୁମୁଡିବନ୍ଧ ର ଜଲେଶପଟା ଓ ଚକାପାଦ ଆଶ୍ରମରେ ଜନ୍ମାଷ୍ଟମୀ ପୂଜା ଓ ସ୍ୱାମିଜୀଙ୍କ ଶ୍ରାଦ୍ଧ ଦିବସ ଭାବେ ପାଳନ କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଚକାପାଦ ଓ ଜଲେଶପଟା ଆଶ୍ରମ ରେ କୋଭିଡନିୟମ ମାନିକଳସ ଶୋଭାଯାତ୍ରା ସହ ନାମ ଯଜ୍ଞ, ଘୃତ ଯଜ୍ଞ, ଅନ୍ନ ଯଜ୍ଞ ଶୋକସଭା ଆଦି କମ ସଂଖ୍ୟକ ଭକ୍ତ ଓ ଅନ୍ତେବାସୀଙ୍କ ଉପସ୍ଥିତିରେ ଆଜି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।। ସେହିପରି ଫୁଲବାଣୀ ସମେତ ସମସ୍ତ ବ୍ଲକ ରେ ଆଜି ସୋମବାର ୧୧ଟା ବେଳେ ଶ୍ରଦ୍ଧାଞ୍ଜଳି ସଭା
। ସୁରକ୍ଷାକୁ ଦୃଷ୍ଟିରେ ରଖି ଚକାପାଦ ଠାରେ ଅତିରିକ୍ତ ଏସପିଙ୍କ ସମେତ ୨ ପାଟୁନ ପୋଲିସ ଫୋର୍ସ ମୃତୟନ କରାଯାଇଛି। ସେହିପରି ଜଲେଶପଟ୍ଟା ଆଶ୍ରମରେ ୨ ଜଣ ଡିଏସପି ସମେତ ଗୋଟିଏ ପ୍ଲାଟୁନ ପୋଲିସ ଫୋର୍ସ, ୩ଜଣ ସବ ଇନିସପେକ୍ଟର ନିୟୋଜିତ କରାଯାଇଛି।
ତେବେ କୋଭିଡ଼ନିୟମ ମାନି ଗତବର୍ଷ ପରି ଏ ବର୍ଷ ମଧ୍ୟ ଜନ୍ମାଷ୍ଟମୀ ପୂଜା ଓ ଶ୍ରଦ୍ଧାଞଳିସଭା ଅନୁଷ୍ଠିତ ହେଉଛି ।

ଆଜିର ରାଶିଫଳ

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *