#Breaking News

ଢେଙ୍କାନାଳ ଜିଲ୍ଲାର କ୍ଲିକ୍ ବଙ୍ଗିର ସଫଳତା ନିମନ୍ତେ ଜିଲ୍ଲାପାଳଙ୍କ ଶୁଭେଚ୍ଛା

ଢେଙ୍କାନାଳ(ଉଲାପ୍ର)ଗୋଆ ଠାରେ ଆୟୋଜିତ ସ୍ବାକ୍ ଇଣ୍ଡିଆ ବରିଷ୍ଠ କିକ୍ ବକ୍ସି ଚମ୍ପିୟାନସିପ୍‌ରେ ଢେଙ୍କାନାଳ ଜିଲ୍ଲାର ୩ ଜଣ ବାଳିକା । ୪ ଜଣ ବାଳକ ଆମେଚର କିକ୍ ବକ୍ଲି ସଂଘ ଓଡିଶା ଦଳରେ ଅଂଶ ଗ୍ରହଣ କରି ପଦକ ଜିତିବାର ଗୌରବ ଅର୍ଜନ କରିଛନ୍ତି । ଏହି ପ୍ରତିଯୋଗିତାର ଢେଙ୍କାନାଳ ଜିଲ୍ଲାର ବିଜେତା ବାଳିକା ପ୍ରତିଯୋଗୀ କୀର୍ତିରାଣୀ ସାହୁ – ୬୫ କି.ଗ୍ରା ( କିଲାଇଟ୍ ପଏଟ ପାଇଟ , ମ୍ୟୁଜିକାଲ ଇଭେଟ ହାର୍ଡ ଷ୍ଟାଇଲ୍ ଔପନ ବିଭାଗରେ – ୩ଟି ସ୍ୱର୍ଣ୍ଣ ପଦକ ) , ବବି ପ୍ରତିହାରୀ – ୪୫ କି.ଗ୍ରା ବାଳିକା ଲାଇଟ୍ କଂଟାକ ( ଭୌପ୍ୟ ପଦକ – ୧ ) ଲକି ବିଶ୍ବାଳ – ୫୫ କି.ଗ୍ରା ବାଳିକା ( ପଦଂଟ ପାଇଟ – ପଦକ – ୧ ) , ଦୁଲ୍ଲାରାମ ହଂସଦା – ୪୫ କି.ଗ୍ରା ( ଲାଇଟ୍ କଂଟାକ ( ଭୌପ୍ୟପଦକ – ୧ ) , ମାନସ ରଞ୍ଜନ ଅମାତ ମ୍ୟୁଜିକାଲ କ୍ରିଏଟିଭ ଟିମ୍ ଇଭେଟ ( ସ୍ଵର୍ଣ – ୧ ) ମୋଟ୍ ୭ଟି ପଦକ ହାସଲ କରି ଢେଙ୍କାନାଳ ଜିଲ୍ଲା ପାଇଁ ଗୌରବ ଆଣିଥିବାରୁ ଢେଙ୍କାନାଳ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ସମସ୍ତ ବିଜେତା ମାନଙ୍କୁ ପୁଷ୍ପଗୁଚ୍ଛ ସହ ଖେଳ ପୋଷାକ ପ୍ରଦାନ କରିବା ସହ ଆଗାମୀ ଦିନରେ ଏହି ଖେଳର ପ୍ରସାର ଓ ପ୍ରଚାର ନିମନ୍ତେ ଆସୋସିଏସନକୁ ସମସ୍ତ ପ୍ରକାର ସହଯୋଗ ଦିଆଯିବ ବୋଲି ପ୍ରକାଶ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଖେଳ ଅଧୁକାରୀ ଶ୍ରୀ ପ୍ରଦୀପ୍ତ କୁମାର ମହାନ୍ତି ଖେଳ ଶିକ୍ଷକ ଶ୍ରୀ ସନ୍ତୋଷ କୁମାର ପରିଡା ଏବଂ ରାଜ୍ୟ ଅମେଚର କିକ୍ ବକ୍ତିଙ୍ଗ ଦଳର ଆସୋସିଏସନ୍ କର୍ମକର୍ତ୍ତା ମାନଙ୍କୁ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ତରଫରୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a comment

Your email address will not be published. Required fields are marked *