#Breaking News #Uncategorized

୨୦୧୪ ନିର୍ବାଚନ ପରଠାରୁ ନିଖୋଜ ମମତାଙ୍କ ପତ୍ତା ମିଳୁନି


ଫୁଲବାଣୀ(ସୁନୀଲପଟନାୟକ)
କନ୍ଧମାଳ ଜିଲ୍ଲା ଚକ। ପାଦ ବ୍ଳକରେ କାର୍ଯ୍ୟରତ ଜିଆର ଏସ ମମତା ନା ଏକ ନିର୍ବାଚନ ଡ୍ୟୁଟି ରେ ଯାଇ ଗତ ୨୦୧୪ରୁ ନିଖୋଜ ହୋଇଯାଇଛି ଯେ ଏ ଯାଏ ତାଙ୍କର ପତ୍ତା ମିଳିନି । ଏନେଇ ଥାନାରେମାମଲା ରୁଜୁ ହେବାପରେ ପ୍ରଥମେ ପୋଲିସ ଓ ପରେ କ୍ରାଇମବ୍ରାଞ୍ଚ ଏହାର ତଦନ୍ତଭାର ହାତକୁ ନେଇଥିଲା ତେବେ ଏଯାଏ ମମତାଙ୍କ କୌଣସି ପତ୍ତା ମିଳିନି ଏଯାଏ । ଫଳରେ ବୁଧବାର ଏନେଇ ପାଣ ସମାଜ କଲ୍ୟାଣ କମିଟି ଫୁଲ ବାଣୀ ଟାଉନ ପକ୍ଷରୁ ସଦ୍ଭାପତି ପଙ୍କଜ ବେହେରା , କାର୍ଯ୍ୟକାରି ସଭାପତି ତ୍ରିନାଥ ମାଝି, ଓ ସଂପାଦକଙ୍କ ସମେତ ନିଖୋଜ ମମତାଙ୍କ ମା ପ୍ରଭାସିନି ନା ଏକ, ଓ ଭାଇ ମିଶି ତୁରନ୍ତ ମମତାଙ୍କୁ ଖୋଜି ଆଣିବା ପାଇଁ ଜିଲ୍ଲାପାଳ ଡା. ବୃନ୍ଦାଡି, ଓ ଏସପି ଭିନିତ ଅ ଗ୍ରୱାଲ, ଙ୍କୁ ଭେଟି ଦାବୀ ପତ୍ର ଦେଇଥିଲେ ।
ଅତିର୍ଶିଘ୍ର ମମତାଙ୍କୁ ଖୋଜି ନ ଆଣିଲେ ଆଗାମୀ ଦିନରେ ଆନ୍ଦୋଳନକୁ ଯୋରଦାର କରାଯିବ ବୋଲି ପାଣ ସମାଜ କଲ୍ୟାଣ କମିଟି ସଭାପତି ପଙ୍କଜ ବେହେରା କହିଛନ୍ତି ।

Leave a comment

Your email address will not be published. Required fields are marked *