#Breaking News

ଏନ ଏ ସି କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣର ଭିଡ଼ିଓ ଭାଇରଲ, କାର୍ଯ୍ୟା ନୁଷ୍ଠାନ ଶୂନ


ଫୁଲବାଣୀ -4/9- କନ୍ଧମାଳ ଜ଼ିଲ୍ଲା ଅନ୍ତର୍ଗତ ବାଲିଗୁଡା ଏନ ଏ ସି କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ ଭିଡିଓ ଭାଇରଲ l ଗୁରୁବାର ଅପରାହ୍ନ ରେ ବାଲିଗୁଡା ଏନ ଏ ସି ର କାର୍ଯ୍ୟରତ ଏକାଉଣ୍ଟଟାଣ୍ଟ
ଡି. Lଭବାନୀ ଶଙ୍କର ଦୋରା ଙ୍କୁ ବାଲିଗୁଡା ବିଧାୟକଙ୍କ ପ୍ରତିନିଧି ସମେତ କୋଡିଏରୁ ଉର୍ଦ୍ଧ ସହଯୋଗୀ ବସଷ୍ଟାଣ୍ଡ ନିକଟରେ ମରଣାନ୍ତକ ଆକ୍ରମଣ ର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି ଏହାକୁ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯାଇଛି ଅଭିଯୁକ୍ତ ଙ୍କୁ ଗିରଫ ଦାବିରେ ଏନ ଏ ସି କର୍ମଚାରୀ ଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ସୂଚନାଯୋଗ୍ୟ ଯେ ବାଲିଗୁଡା ଏନ ଏ ସି ରେ ଏକାଉଣ୍ଟଟାଣ୍ଟ ଭାବେ କାର୍ଯାରତ ଡି ଭବାନୀ ଶଙ୍କର ଦୋରାଙ୍କୁ ବାଲିଗୁଡା ବିଧାୟକ ପ୍ରତିନିଧି ଅବନୀ କୁମାର ନାୟକ ଓ ତାଙ୍କର କୋଡିଏରୁ ଉର୍ଦ୍ଧ ସହଯୋଗୀ ସଂଘ ବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରିଥିବା ନେଇ ବାଲିଗୁଡା ଥାନାରେ ଅଭିଯୋଗ ହୋଇଥିଲା ଏନେଇ ପୋଲିସ ବାଲିଗୁଡା ଥାନାରେ ଏକ ମାମଲା ରୁଜୁକରି ତଦନ୍ତ ଜାରି ରଖିଛି l ବିଧାୟକ ପ୍ରତିନିଧି ଅବନୀ ଙ୍କୁ ସମେତ ତିନିଜଣ ଅଭିଯୁକ୍ତ ଙ୍କୁ ପୋଲିସ ଅଟକ ରଖି ପଚରା ଉଚରା କରିଛି l ଘଟଣା କୁ 36 ଘଣ୍ଟା ପୁରିଥିଲେ ବି ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇ ନ ଥିବା ଅଭିଯୋଗ ହେଉଛି l ସେପଟେ ଆହତ ଭବାନୀ ଶଙ୍କର ଙ୍କୁ ବାଲିଗୁଡା ଉପଖଣ୍ଡ ଡାକ୍ତର ଖାନାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ରେଫର କରାଯାଇଛି ସେଠାରେ ଡି ଭବାନୀ ଶଙ୍କର ଚିକିତ୍ସା ହେଉଛନ୍ତି l

Leave a comment

Your email address will not be published. Required fields are marked *