#Breaking News

ନିଖିଳ ଉତ୍କଳ କୈବର୍ତ୍ତ ମହାସଭାର ସଭାପତି ଓ କାର୍ଯ୍ୟକାରୀ ସଭାପତିଙ୍କୁ ସମ୍ବର୍ଦ୍ଧନା

ବଡମ୍ବା(ଉଲାପ୍ର) ବଡ଼ମ୍ବାଗଡସ୍ଥ ଆଡିଆ ମହାଦେବ ମନ୍ଦିର ପ୍ରାଙ୍ଗଣରେ ନିଖିଳ ଉତ୍କଳ କୈବର୍ତ୍ତ ସଭାପତି ତଥା ଓଡ଼ିଶା ସରକାରଙ୍କ ପୂର୍ବତନ ମନ୍ତ୍ରୀ ତଥା ୫ଥରର ଟିଟିଲାଗଡ଼ ବିଧାୟକ ମାନ୍ୟବର ଯୋଗେନ୍ଦ୍ର ବେହେରା ଓ କାର୍ଯ୍ୟକାରୀ ସଭାପତି ଭାରତୀୟ ଜନତା ପାର୍ଟିର ଚିଲିକା ବିଧାନ ସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପ୍ରାର୍ଥୀ ବର୍ତ୍ତମାନ ରାଜ୍ୟ ପରିଷଦ ସଭ୍ୟ ଯନ୍ତ୍ରୀ ମନୋଜ କୁମାର ବେହେରାଙ୍କୁ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ଉତ୍ସବରେ ସମ୍ବର୍ଦ୍ଧିତ କରାଯାଇଥିଲା ।ଏକ ବିଶେଷ ପରିଦର୍ଶନରେ ଆସିଥିବା ଅତିଥିଦ୍ବୟଙ୍କୁ କୈବର୍ତ୍ତ ସମାଜର ତ୍ରୟୋଦଶ ରାଜ୍ୟର ରାଜ୍ୟ ସଭାପତି ପ୍ରାକ୍ତନ ଶିକ୍ଷା ଜିଲ୍ଲା ଅଧିକାରୀ(ଆଠଗଡ଼) ଙ୍କ ସଭାପତିତ୍ବରେ ବଡ଼ମ୍ବାପୂର୍ବ ରାଜ୍ୟର ସଭାପତି ଓ ସମସ୍ତ କାର୍ଯ୍ୟକାରୀ କମିଟିର ସଭ୍ୟ ଏବଂ ବଡ଼ମ୍ବା ପଶ୍ଚିମ ରାଜ୍ୟର ଉପସଭାପତି ଓ ସମସ୍ତ କାର୍ଯ୍ୟକାରୀ କମିଟିର ସଦସ୍ୟମାନେ ଉପସ୍ଥିତ ରହି ସମ୍ବର୍ଦ୍ଧନା ଜଣାଇବା ସହିତ ପୁଷ୍ପମାଳ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସଭାକୁ ପାଛୋଟି ଆଣିଥିଲେ । ପ୍ରାରମ୍ଭରେ ଅଦ୍ୟ ସଭାର ସଭାପତି ଅତିଥି ପରିଚୟ ଓ ସ୍ବାଗତ ଅଭିଭାଷଣ ସହିତ ଆସିଥିବା ୨ ରାଜ୍ୟର କର୍ମକର୍ତ୍ତା ମାନଙ୍କୁ ଅଭିଭାଷଣ ରଖିବା ପାଇଁ ପ୍ରସ୍ତାବ ରଖିଥିଲେ । ପରେପରେ ବଡ଼ମ୍ବା ପଶ୍ଚିମ ରାଜ୍ୟର ସଭାପତି ଲୋଚନ ବେହେରା ଜାତି ନୀତି ଉପରେ ସମ୍ୟକ ଚର୍ଚ୍ଚା କରିଥିଲେ ଏବଂ ତାଙ୍କପରେ ବଡ଼ମ୍ବା ପୂର୍ବର ସଭାପତି ଅନୁପସ୍ଥିତିରେ ଉପସଭାପତି ରମେଶ ଚନ୍ଦ୍ର ବେହେରା ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ।ଜାତି ସମାଜରେ ନୀତି, ନିୟମ ଓ ଆଦର୍ଶ ଥିଲେ ମଧ୍ୟ କିଛିକାଂଶରେ ଅସୁବିଧା ପରିଲକ୍ଷିତ ହେଉଛି ସେଥିପାଇଁ ଯୁବପିଢିଙ୍କୁ ଆଗେଇ ଆସି ସମାଜର ମୁଖ୍ୟ ସ୍ରୋତରେ ସାମିଲ ସହିତ ସମସ୍ତେ ନିଜର ଜାତି ପାଇଁ ସମୟ ବାହାରକରି ବର୍ତ୍ତମାନ ଯୁବପିଢୀଙ୍କୁ ସଠିକ୍ ପଥରେ ଚାଲିବାକୁ ପରାମର୍ଶ ଦେଇଥିଲେ । ପରେପରେ ନିଖିଳ ଉତ୍କଳ ମହାସଭାର କାର୍ଯ୍ୟକାରୀ ସଭାପତି ସମସ୍ତଙ୍କୁ ସ୍ବାଗତ କରିବା ସହିତ ଜାତି ପାଇଁ ଦୀର୍ଘ ୩୦ବର୍ଷ ହେଲା ଲଢେଇ କରୁଛନ୍ତି ଏବଂ ଆଗାମୀ ଦିନରେ କୈବର୍ତ୍ତ ମହାସଭାର ଜିଲ୍ଲା ସ୍ତରୀୟ ମହାସଭା ଆୟୋଜନ କରିଯିବ ଏବଂ ସମାଜର ଉନ୍ନତି କଳ୍ପେ ସଂପୂର୍ଣ୍ଣ ସହଯୋଗ ପାଇଁ ଆଗ୍ରହ କରିଥିଲେ । ଠିକ୍ ପରେ ପରେ ଆଜିର ମୁଖ୍ୟ ଅତିଥି ଯିଏକି ମହାସଭାର ସଭାପତି ଶ୍ରୀଯୁକ୍ତ ଯୋଗେନ୍ଦ୍ର ବେହେରା ମାର୍ଗଦର୍ଶନ କରିବାକୁ ଯାଇ ବଡ଼ମ୍ବା ମାଟି ବୀର ମାଟି । ଆଗାମୀ ଦିନରେ ଏହିଠାରୁ ଦୁର୍ବାର ଆନ୍ଦୋଳନ ହେବ ଆଗାମୀ ଦିନରେ କୈବର୍ତ୍ତ ସମାଜ ୫୦,୦୦୦ ସଂଖ୍ୟାରେ ଏକ ବିଶାଳ ସମାବେଶ ଆୟୋଜନ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେମାନଙ୍କର ନ୍ୟାର୍ଯ୍ୟ ଦାବି ପାଇଁ କଥାରଖିବ ଏହିଵାର୍ତ୍ତା ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କୈବର୍ତ୍ତ ସମାଜର ତ୍ରୟୋଦଶ ରାଜ୍ୟର କୋଷାଧ୍ୟକ୍ଷ ଚରଣ ବେହେରା, ଜିଲ୍ଲା ସଭାପତି ବିଶ୍ୱନାଥ ସେଠ୍, ଦେବରାଜ ଵେହେରା, ସୁବାସ ଚନ୍ଦ୍ର ସାହୁ, ବୀରକିଶୋର ଦାସ, ସଦର ବେହେରା ରବୀନ୍ଦ୍ର କୁମାର ବେହେରା,ଫଗୁ ବେହେରା,ମାଧବ ଚନ୍ଦ୍ର ଦଳେଇ, ଜ୍ଞାନ ରଞ୍ଜନ ପରିଡ଼ା ପ୍ରଭୁତି ରହି କାର୍ଯ୍ୟକ୍ରମରେ ସହଯୋଗ ପ୍ରଦାନ କରିଥିଲେ । ସର୍ବଶେଷରେ ଆଜି ସଭିର ସଭାପତି ସନାତନ ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ ଘୋଷଣା କରିଥିଲେ ।

Leave a comment

Your email address will not be published. Required fields are marked *