#Breaking News

ପାରା ଅଲମ୍ପିକ:ବ୍ୟାଟମିଟନ ସିଙ୍ଗଲ ପ୍ରତିଯୋଗିତା ରେ ପ୍ରମୋଦ ଙ୍କୁ ସ୍ବର୍ଣ୍ଣ ପଦକ


ବରଗଡ଼:-୪/୯ ଜାପାନର ଟୋକିଓରେ ଚାଲିଥିବା ପାରାଅଲମ୍ପିକ ବ୍ୟାଟମିଣ୍ଟନ ସିଙ୍ଗଲ୍ସରେ ବରଗଡ଼ ଅତାବିରା ର ପୁଅ ପ୍ରମୋଦ ଭଗତ ସ୍ବର୍ଣ୍ଣ ଜିତି ଇତିହାସ ରଚିଛନ୍ତି। ଫାଇନାଲରେ ବ୍ରିଟେନ ପ୍ରତିଦ୍ୱନ୍ଦ୍ୱୀ ଡାନ୍‌ ବେଥେଲଙ୍କୁ ହରାଇ ପ୍ରମୋଦ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ।। ଫାଇନାଲରେ ପ୍ରମୋଦ ତାଙ୍କ ବ୍ରିଟେନ ପ୍ରତିଦ୍ୱନ୍ଦ୍ୱୀଙ୍କୁ ୨୧-୧୪, ୨୧-୧୭ ସିଧା ସଳଖ ସେଟ୍‌ରେ ପରାସ୍ତ କରିଥିଲେ। ପ୍ରଥମ ସେଟ୍‌ରେ ଆଗୁଆ ରହିବା ପରେ ୨ୟ ସେଟ୍‌ରେ ପ୍ରମୋଦ ବିଜୟୀ ହୋଇଥିଲେ।
ସେମିଫାଇନାଲ ମ୍ୟାଚ୍‌ରେ ପ୍ରମୋଦଙ୍କ ମୁକାବିଲା ଜାପାନରେ ଡି.ଫୁଜିହାରାଙ୍କ ସହ ହୋଇଥିଲା। ଏହି ମ୍ୟାଚ୍‌ ପ୍ରମୋଦ ଏକତରଫା ଭାବେ ୨-୦ ସେଟ୍‌ରେ ଜିତି ଫାଇନାଲରେ ପ୍ରବେଶ କରିଥିଲେ। ପ୍ରଥମ ସେଟ୍‌ରେ ୨୧-୧୧ରେ ଜିତିଥିବା ପ୍ରମୋଦ ଦ୍ୱିତୀୟ ସେଟ୍‌ରେ ମଧ୍ୟ ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ। ୨୧-୧୬ରେ ଜିତି ପ୍ରମୋଦ ସ୍ବର୍ଣ୍ଣ ଖେଳିବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ। ପ୍ରମୋଦ ସ୍ବର୍ଣ୍ଣ ଜିତିବା ପରେ ଟୋକିଓ ଅଲିମ୍ପିକ୍ସିରେ ଭାରତ ପଦକ ସଂଖ୍ୟା ୧୭କୁ ବୃଦ୍ଧି ପାଇଛି।
ପ୍ରମୋଦଙ୍କ ଘର ବରଗଡ଼ ଜିଲା ଅତାବିରା ଏନ୍ ଏ ସିରେ। ପ୍ରମୋଦଙ୍କ ଏହି ବିଜୟ ପରେ ତାଙ୍କ ବରଗଡ଼ ଜିଲ୍ଲା ରେ ଆନନ୍ଦର ଲହରୀ ଖେଳିଯାଇଛି। ବିଭିନ୍ନ ମହଲରୁ ପ୍ରମୋଦଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି।

Leave a comment

Your email address will not be published. Required fields are marked *