#Breaking News

ବିଜେପୁର ଠାରେ ଜାତୀୟ ପୋଷଣ ସପ୍ତାହ ପାଳିତ

ବରଗଡ଼ ୪/୯:-ସ୍ଥାନୀୟ ବିଜେପୁର ଖେଳ ପଡିଆ ଠାରେ ଓଡିଶା ମିଲେଟ ମିଶନ ପକ୍ଷରୁ ତଥା ଜିଲ୍ଲା କୃଷି ବିଭାଗ ସହାୟତାରେ ମହାଶକ୍ତି ଫାଉଣ୍ଡେସନ ସ୍ବେଚ୍ଛାସେବୀ ସଂସ୍ଥା ଦ୍ୱାରା ଜାତୀୟ ପୋଷଣ ସପ୍ତାହ ପାଳିତ ହୋଇଯାଇଛି l ଏହାକୁ ବିଜେପୁର ତହସିଲଦାର ଅଶ୍ୱିନୀ କୁମାର ଦାଶ ଉଦଘାଟନ କରିଥିଲେ। ଏହି ଅବସରରେ ଆୟୋଜିତ ସଭାରେ ରେ ବିଜେପୁର ଭିରପ୍ରାପ୍ତ ବିଡ଼ିଓ ଦେବାଶିଷ ସିଂହ୍ନl ଅନ୍ୟତମ ଅତିଥି ଭାବେ ଯୋଗଦେଇ ଅପପୁଷ୍ଟି ଜନିତ ବିଭିନ୍ନ ଶାରୀରିକ ସମସ୍ୟା ଓ ସଠିକ ଖାଦ୍ୟ ପୋଷଣ ର ଉପକାରିତା ବିଷୟରେ ଆଲୋଚନା କରିଥିଲେ l ଜିଲ୍ଲା କୃଷି ବିଭାଗର ସ୍କିମ ଅଫିସର ସଂଯୁକ୍ତା ମୁଣ୍ଡା କ୍ଷୁଦ୍ର ଦାନା ଶସ୍ୟ ର ଉପକାରିତା ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତି ଓ ପୁଷ୍ଟିସାର ଜାତୀୟ ଖାଦ୍ୟ ଉପରେ ଆଲୋକପାତ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ବିଜେପୁର ଭାରପ୍ରାପ୍ତ ବ୍ଲକ କୃଷି ଅଧିକାରୀ ଦିଲୀପ କୁମାର ଦାଶ,ମିଲେଟ ମିଶନ ଜିଲ୍ଲା ସଂଯୋଜକ ମୃତ୍ୟୁଞ୍ଜୟ କନ୍ଦପନ, ଜିଲ୍ଲା କ୍ରୀଡା ଅଧିକାରୀ ତୁଷାର କାନ୍ତି ମିଶ୍ର, ରାଜେଶ କୁମାର ଏକ୍କା, ଏନ ଏ ସିର କାର୍ଯ୍ୟ ନିର୍ବାହୀ ଅଧିକାରୀ,ମିଶନ ଶକ୍ତି ବି. ପି. ସି ନରେଶ ବରିହା, ଓଡିଶା ଜୀବିକା ମିଶନ ର ଅଞ୍ଜନ ମିଶ୍ର ଓ ଶାନ୍ତନୁ ପଧାନ, ଆଇ. ସି. ଡି. ଏସ, ବିଜେପୁର ର ସମସ୍ତ ସୁପରଭାଇଜର ଓ 30 ରୁ ଉର୍ଦ୍ଧ୍ବ ଅଙ୍ଗନବାଡି କର୍ମୀ ଉପସ୍ଥିତ ଥିଲେ l ଏହି ପରିପ୍ରେକ୍ଷୀରେ ମୁଣ୍ଡମହୁଲ ଗ୍ରାମ ର ମା ଅନ୍ନପୂର୍ଣ୍ଣା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ମାଣ୍ଡିଆ ଖାଦ୍ୟମେଳା ଷ୍ଟଲ ତଥା ପୋଷଣ ରଥର ଶୁଭ ଉଦଘାଟନ ଅତିଥିଙ୍କ ଦ୍ୱାରା କରାଯାଇଥିଲା l ମହାଶକ୍ତି ଫାଉଣ୍ଡେସନ ର ଉପ ସଭାନେତ୍ରୀ ରୋଜାଲିନ ଭୂୟାଁ ଉକ୍ତ କାର୍ଯ୍ୟକ୍ରମ ର ସଫଳ ରୂପାୟନ ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀ ଓ ଅଙ୍ଗନବାଡି କର୍ମୀ ଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ l ଖାଦ୍ୟ ମେଳା 2 ଦିନ ତଥା ସଚେତନତା ରଥ 4 ଦିନରେ ବ୍ଲକର 60 ଟି ଗ୍ରାମକୁ ପରିକ୍ରମା କରି ଜନସାଧାରଣ ଙ୍କୁ ସୂଚନା ଦେବାର କାର୍ଯ୍ୟକ୍ରମ ରହିଛି l କାର୍ଯ୍ୟକ୍ରମ କୁ ମିଲେଟ ମିଶନ ବ୍ଲକ ସଂଯୋଜକ ରବି ରଣା ସଂଯୋଜନା କରିଥିବାବେଳେ ସହ ସଂଯୋଜକ ଗୌର ରଣା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ l ସୁଶାନ୍ତ ଶତପଥୀ, ମହାଦେବ ସାହୁ, ଭୋଳାନାଥ ପଧାନ, ଫକୀର ଦୀପ, ସନ୍ତୋଷ ସାହୁ, ବିକ୍ରମ ସାହୁ, ଗୋପାଳ ପଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କାଟିଥିଲେ l

Leave a comment

Your email address will not be published. Required fields are marked *