#Breaking News

ବିକାଶ କଣ ଜାଣିନାହଁ।ନ୍ତି ବା ଦେପଙ୍ଗା ଗ୍ରାମବାସୀ ସରକାରୀ ବାବୁଙ୍କ ପାଦ ପଡିନି ଏଯାଏଁ ଗାଁ କୁ ବାଇକ ନେବା ପାଇଁ ନିଜେ ରାସ୍ତା କରୁଛନ୍ତି ଧନେଶ୍ୱର


ଫୁଲବାଣୀ-୫/୯(ସୁନୀଲପଟନାୟକ )
ବିକାଶ କଣ ଜାଣନ୍ତିନିଲୋକେ । ସରକାରୀ ବାବୁଙ୍କ ପାଦ ପଡିନି କେବେ ଗାଁରେ।ଗାଁକୁ ରାସ୍ତାଟିଏ ନାହିଁ। ପାନୀୟ ଜଳ ବିଦ୍ୟୁତ ବ୍ୟବସ୍ଥା ନ କହିବା ଭଲ । ସେହିପରି ଅଙ୍ଗନବାଡି କେନ୍ଦ୍ରଟିଏ ମଧ୍ୟ ନାହିଁ ଗ୍ରାମରେ।
ସରପଞ୍ଚ ଠୁ ଆରମ୍ଭ କରି ବିଡ଼ିଓ, ବିଧାୟକଙ୍କୁ ମଧ୍ୟ ଭେଟି ଜଣ।ଇଛନ୍ତି । ହେଲେ କେହି ଶୁଣୁନାହାନ୍ତି ତାଙ୍କ କଥା।
ଏଭଳି ଅର୍ଭିଯୋଗ ଆସିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଳକ କେରୁ ବାଡି ପଞ୍ଚାୟତର ବା ଦେପଙ୍ଗା ଗ୍ରାମରୁ ।
ବ୍ଲକ ସଦରମହକୁମାଠାରୁ ୨୮ କିମି ଦୁରଜଙ୍ଗଲ ପାହାଡ଼ ଘେରା ମଧ୍ୟରେ ଗ୍ରାମଟି ଅବସ୍ଥିତ । ଗ୍ରାମରେ ୧୦ଟି ପରିବାର ୫୦ ଜଣ ଲୋକ ବସବାସ କରୁଛନ୍ତି।
ଗାଁରେ ସବୁଠୁ ଶିକ୍ଷିତ ବ୍ୟକ୍ତି ହେଉଛନ୍ତି ୪ର୍ଥ ଶ୍ରେଣୀ ପାଠ ପଢିଥିବା ଧନେଶ୍ଵର ପ୍ରଧାନ । ଗାମକୁରାସ୍ତାନ ଥିବାରୁ ଧନେଶ୍ଵର ଓ ତାଙ୍କ ପିଲାମାନେ ମିଶି କେରୁ ବାଡିରୁ ବାଦେ ପାଙ୍ଗାଯାଏରାସ୍ତା କରୁଛନ୍ତି।ପ୍ରଥମେ ସମସ୍ତ ଗ୍ରାମବାସୀ ମିଶି ରାସ୍ତା କରିବାକୁ ପ୍ରସ୍ତାବ ଦେଇଥିଲେ। ହେଲେ ସହଯୋଗ ନ ମିଳିବା ଫଳରେ ଧନେଶ୍ଵର ଓ ତାଙ୍କ ପରିବାର ମିଶି ରାସ୍ତା ନିର୍ମାଣ ଆରମ୍ଭ କରିଥିବା ଜଣାପଡିଛି ।
ଏଯାଏ ପ୍ରାୟ ୩/୪ କିମି ରାସ୍ତା ନିର୍ମାଣ କରିଥିବା ଖବର ମି ଳିଛି । ଆଉ ୨ କିମି ରାସ୍ତା ନିର୍ମାଣ ହେଲେ ଗାଁକୁ ମୋଟର ସାଇକଲ ଟିଏଅନ୍ତତଃ ଯାଇ ପାରିବ ବୋଲି ଧନେଶ୍ଵର କହିଛନ୍ତି । ଧନେଶ୍ଵରଙ୍କ ଏହି ସାଧୁ ଉଦ୍ୟମ ନିଶ୍ଚିତ ପ୍ରସ ସଂ ନିୟ।
ଦାରିଙ୍ଗବାଡି ଅଞ୍ଚଳର ଏକ ଅଗ୍ରଣୀ ସ୍ୱେଛାସେବୀ ସଂଗଠନ ଜାଗୃତି ପକ୍ଷରୁ ସ୍କୁଲ ସ6ର୍ଭ କାର୍ଯ୍ୟପାଇଁ ଯାଇଥିବା ରୂପ କାନ୍ତ ପ୍ରଧାନ ଓଲସ୍କିନ ପ୍ରଧାନ ଗ୍ରାମକୁ ଯିବାପରେ ଏହା ଦେଖିଥିଲେ।
ଦୀର୍ଘ ୨୦ ବର୍ଷ ତଳେ ଏକ ମୋଟର ସାଇକଲ ଟିଏ କିଣିଥିଲେ ଧନେଶ୍ଵର ତେବେ ରାସ୍ତା ନ ଥିବାରୁ ଗାଁକୁ ନେଇ ପାରିନ ଥିଲେ। ହେଲେ ଏବେ ନିଜେ ରାସ୍ତା କରି ଗାଁ କୁ ମୋଟର ସାଇକଲ ଚଲାଇ ଯିବା ଲାଗି ମନବଳାଇଛନ୍ତି ଧନେଶ୍ୱର, । ହେଲେ କେବେ ଗାଁ କୁ ମୋଟରସାଇକେଲ ନେଇ କି ଯିବେ ତାହା ଦେଖିବାର କଥା।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *