#Breaking News

ପୋଲସରା ରେ ମାଣ୍ଡିଆ ଖାଦ୍ୟ ମେଳା


ପୋଲସରା(ଉଲାପ୍ର)
ପୋଲସରା ବ୍ଲକ ପଞ୍ଚାୟତ ସମିତି ବୈଠକ ଗୃହରେ ଜାତୀୟ ପୋଷଣ ସପ୍ତାହ ପାଳନ ଅବସରରେ ମାଣ୍ଡିଆ ଜାତୀୟ ଖାଦ୍ୟକୁ ପ୍ରୋତ୍ସାହିତ କରାଯାଇଛି । ଷଷ୍ଠ ଓ ସପ୍ତମ ଦିବସ ଅବସରରେ ଇଣ୍ଡିଆ ସ୍ଵେଚ୍ଛାସେବୀ ସଂସ୍ଥା ଓ ସମ୍ୱନିତ୍ଵ ଶିଶୁ ବିକାଶ ବିଭାଗର ମିଳିତ ଉଦ୍ୟମରେ ସମ୍ମିଳନୀ କକ୍ଷରେ ପୃଷ୍ଟିକର ଖାଦ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଉତ୍ସବରେ ପୋଲସରା ବିଡିଓ ସୁରଞ୍ଜନ ସାହୁ ମୁଖ୍ୟ ଅତିଥି ଓ ଇଣ୍ଡିଆ ସ୍ଵେଚ୍ଛାସେବୀ ସଂସ୍ଥାର ନିର୍ଦ୍ଦେଶକ ଡକ୍ଟର କୁମୁଦଚନ୍ଦ୍ର ବେହେରା ଯୋଗଦେଇ ପ୍ପୃଷ୍ଟିକର ଖାଦ୍ୟ ଉପରେ ଆଲୋକପାତ କରିଥିଲେ । ପୋଲସରା ବ୍ଲକରେ ଓଡ଼ିଶା ମିଲେଟ୍ସ୍ ମିଶନ ଏବଂ ଓଡ଼ିଶା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ଵାରା ପରିଚାଳିତ ମାଣ୍ଡିଆ ଓ କ୍ଷୁଦ୍ର ଦାନା ଶସ୍ୟ ଚାଷ କାର୍ଯ୍ୟକ୍ରମ ୧୪ ଟି ଗ୍ରାମପଞ୍ଚାୟତର ୫୩ଟି ଗ୍ରାମରେ ବହୁଳ ମାତ୍ରା ରେ ଚାଷ କରାଯାଉଛି । ଏହାକୁ ବ୍ଲକର ସମସ୍ତ ଗ୍ରାମରେ ବ୍ୟାପକ କରିବାକୁ ଆହ୍ବାନ କରିଥଲେ ।


ଭାରତ ସରକାରଙ୍କ ଦ୍ଵାରା ଜାତୀୟ ପୋଷଣ ସପ୍ତାହ ପାଳନ ଅବସରରେ
ଶରୀରରେ ପୋଷଣର ମାତ୍ରା ବୃଦ୍ଧି କରିବା ଓ ପ୍ରୁଷ୍ଟିକର ଖାଦ୍ୟର ମହତ୍ତ୍ୱ ବୁଝିବା ପାଇଁ ଲୋକଙ୍କୁ ଉତ୍ସାହିତ କରିବା ଏହି ଅଭିଯାନର ମୂଳଲକ୍ଷ୍ୟ । ପୃଷ୍ଟିକର ଖାଦ୍ୟର ଚାହିଦା, ଉତ୍ପାଦନ ଓ ଏହାର ବ୍ୟବହାରକୁ ନେଇ ଜନସାଧରଣଙ୍କ ମଧ୍ୟରେ ସଚେତନ ସୃଷ୍ଟି କରାଯାଉଛି । ଏହା ଅବସରରେ ଏକ ଖାଦ୍ୟ ମେଳାକୁ ପୋଲସରା ବିଡିଓ ଉଦଘାଟନ କରିଥିଲେ । ଉକ୍ତ ମେଳାରେ ଏକଶହରୁ ଅଧିକ ପୃଷ୍ଟିକର ଖାଦ୍ୟ ପଦର୍ଶନୀ ସହ ପରିବେଷଣ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଇଣ୍ଡିଆ ସ୍ଵେଚ୍ଛାସେବୀ ସଂସ୍ଥାର ନିରୋଧ ପଣ୍ଡା, କାହ୍ନୁଚରଣ ସେଠୀ, ବବିତା ସାହୁ, ରଶ୍ମିତା ବେହେରା, ଇତିଶ୍ରୀ ବେହେରା, ବିଜୟ କୁମାର ସାହୁ ଓ ସନ୍ତୋଷ କୁମାର ନାୟକ ପରିଚାଳନାରେ ସହଯୋଗ କରିଥଲେ । ସିଡିପିଓ କୁନ୍ତଳା କୁମାରୀ ନାୟକ, ଅଞ୍ଚଳ ପରିଦର୍ଶିକା ସୁରଭି କୁସୁମ ଦାସଙ୍କ ସମେତ ସମସ୍ତ ଅଙ୍ଗନୱାଡ଼ି କର୍ମୀ ଓ ସ୍ଵେଚ୍ଛାସେବୀ ଉପସ୍ଥିତ ଥିଲେ ।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *