#Breaking News

ବର୍ଷା ନାହିଁ, ପାଣି ପାଇଁ ରାସ୍ତା ଅବରୋଧ

|
ଫୁଲବାଣୀ – (ସୁନୀଲ ପଟ୍ଟନାୟକ)
ଆଙ୍କର – ପିଈବା ପାଣି ର ସମସ୍ୟା କୁ ନେଇ ଖଜୁରୀପଡ଼ା ବ୍ଲକ ର ମୂଳ ଗୁଦାରୀ ର ଗ୍ରାମବାସୀ ମାନେ ଫୁଲବାଣୀ ଠାରୁ ଭୁବନେଶ୍ବର କୁ ସଂଯୋ ଗ କରୁଥିବା 59 ନମ୍ବର ଜାତୀୟ ରାଜପଥ ଉପରେ ହାଣ୍ଡି ମାଠିଆ ରଖି ରାସ୍ତା ଅବରୋଧ କରିଛନ୍ତି ଗ୍ରାମର ମହିଳା ମାନେ l ଫୁଲବାଣୀ ଠାରୁ 5 କିଲୋ ମିଟର ଦୂରରେ ରହିଥିବା ଏହି ଗ୍ରାମ ବହୁ ବର୍ଷ ହେଲା ପାଣିର ସମସ୍ୟା ରହିଛି ବୋଲି ଗ୍ରାମର ଲିଲି ଡିଗଲ ଓ ପଦ୍ମିନୀ ଡିଗାଲ l ଦିଗତ ବର୍ଷ ପାଣିର ସମସ୍ୟା ପାଇଁ ରାସ୍ତା ଅବରୋଧ କରିଥିଲେ ଗ୍ରାମବାସୀ !
ଜିଲ୍ଲାପ୍ରଶାସନ ତରଫରୁ ଦୁଇ ମାସ ପାଣି ଦେଇ ପାଣିର ସମସ୍ୟା ଦୂର କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ | ମୂଳ ଗୁଦାରୀ ଗ୍ରାମ ପାଇଁ ପାଣି ପାଇପ୍ ସଂଯୋଗ କରିବା ପାଇଁ ବୋରିଙ୍ଗ୍ ଖୋଳା ହେଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପାଣି ସଂଯୋଗ ହୋଇପାରି ନାହିଁ | ଯାହା ଫଳ ରେ ବିଭାଗର ସମସ୍ତ ଅଧିକାରୀ ଙ୍କୁ ଜଣେଇ ଲା ପରେ ବି କୌଣସି ସୁଫଳ ମିଳି ନାହିଁ l ଯାହା ଫଳ ରେ ବାଧ୍ୟ ହୋଇ ଗ୍ରାମ ର ମହିଳା ମାନେ ବାଧ୍ୟ ହୋଇ 59ନମ୍ବର ଜାତୀୟ ରାଜ ପଥ କୁ ଅବରୋଧ କରିଛନ୍ତି l ପୁଲିସ ବିଭାଗ ର ଏସ ଡ଼ି ପି ଓ ମହେନ୍ଦ୍ର ନାଥ ମୁର୍ମୁ ଘଟଣା ସ୍ତଳ ରେ ପହଂଚି ବୁଝାସୁଝା କରିଛନ୍ତି l

Leave a comment

Your email address will not be published. Required fields are marked *