#Breaking News

ବାଲିଗୁଡା ରେ ପାରମ୍ପରିକ ଠାକୁରାଣୀ ଯାତ୍ରା


ଫୁଲବାଣୀ(ସୁନୀଲ ପଟନାୟକ )

ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଖେମୁଣ୍ଡି ଅଞ୍ଚଳରେ ପାରମ୍ପରିକ ଠାକୁରାଣୀ ଯାତ୍ରା l ବାଲିଗୁଡା ଉପଖଣ୍ଡ ର ବାଲିଗୁଡା ମହାସିଂ ସାରଙ୍ଗଡ଼ କୁଡୁତୁଲି ଖମନଖୋଲ କିରିକୁଟି ବୁଡ଼ାଗୁଡା ପୁଇଗୁଡ଼ା ଗଦାପୁର ପୁସାଙ୍ଗିଆ ଆଦି ଅଞ୍ଚଳରେ ଏହିଯାତ୍ରା କେଉଁ ଆବାହନ କାଳରୁ ହୋଇଆସିଛି l ଏହି ଯାତ୍ରାରେ ସମସ୍ତ ଆଦିବାସୀ ଓ ଅଣଆଦିବାସୀ ମିଳିତ ଭାବେ ଏହି ଯାତ୍ରା କରିଥାନ୍ତି l ମାନସିକଧାରୀ ନିର୍ଜଳା ଉପବାସରହି ମାଆ ଙ୍କୁ ଆବାହନ କରି ଅରୁଆ ଚାଉଳ ମନ୍ଦାର ଫୁଲ ଧୂପ ଦୀପ ନୈବେଦ୍ୟ ପଣାଦେଇ ପୂଜାର୍ଚନା କରନ୍ତି l ମାଆ ପରମ୍ପରିକ ବୀର ବାଦ୍ୟର ତାଳେ ତାଳେ ମାଆ ଙ୍କୁ ମୁଣ୍ଡାଇ ଯାନୀ ଦେହେରୀ ପୂଜକ ପରିଭ୍ରମଣ କରନ୍ତି ଗ୍ରାମବାସୀ ମାନସିକଧାରୀ ମାଆଙ୍କୁ ବନ୍ଦାପନା କରନ୍ତି ପରେ ଗାଁ ମୁଣ୍ଡରେ ମାଆ ଙ୍କୁ ବିସର୍ଜନ କରନ୍ତି l ବିଶ୍ୱାସ ରହିଛି ଯେ ଏହିଯାତ୍ରା କଲେ ଗାଁରେ ବସନ୍ତରୋଗ ଭଲ ହୁଏ l ଗୃହ ପାଳିତ ପଶୁଗାଈ ଗୋରୁଙ୍କୁ ଫାଟୁଆ ରୋଗ ହୁଏ l ଗାଁ ରେ ବିପତ୍ତିପଡେ ନାହିଁ ଅଞ୍ଚଳରେ ଶାନ୍ତି ବିରାଜମାନ କରେ l

Leave a comment

Your email address will not be published. Required fields are marked *