#Breaking News

ଗଣେଶ ବଜାରର ଗଣେଶ ମନ୍ଦିରରେ ବିଶେଷ ପୁଜାର୍ଚନା

ଢେଙ୍କାନାଳ(ଉଲାପ୍ର)ଗଣେଶ ଚତୁର୍ଥୀ ରେ ଢେଙ୍କାନାଳର ଗଣେଶ ବଜାର ଠାରେ ଥିବା ଗଣେଶ ମନ୍ଦିରରେ ବିଶେଷ ପୁଜାର୍ଚନା କରାଯାଇଥିଲା । ଏହି ଗଣେଶ ମନ୍ଦିରଟି ଢେଙ୍କାନାଳ ଗଡ଼ର ରାଜା ଶଙ୍କର ପ୍ରତାପ ବାହାଦୂର ଙ୍କ ସମୟରେ ତାଙ୍କର ଟ୍ରେଜେରୀ ଅଫିସର ଥିବା ଶ୍ୟାମସୁନ୍ଦର ସାହୁ ସମ୍ପୂର୍ଣ ସ୍ବଦେଶୀ କରିଗରମାନଙ୍କ ଦ୍ୱାରା ତିଆରି କରିଥିଲେ । ଏବେ ଏହି ମନ୍ଦିରର ରକ୍ଷଣା ବେକ୍ଷଣା ଦାଇତ୍ୱ ତାଙ୍କ ନାତି ପ୍ରଫୁଲ କୁମାର ସାହୁ ,ଆଇନଜିବୀ ଶରତ କୁମାର ସାହୁ, ସୁବ୍ରତ କୁମାର ସାହୁ, ଶୁଶାନ୍ତ କୁମାର ସାହୁ କରୁଛନ୍ତି । ସେଇ ଗଣେଶ ମନ୍ଦିର ଅନୁସାରେ ଉକ୍ତ ବଜାରର ନାମ ଗଣେଶ ବଜାର ରଖାଯାଇଛି । ଆଜି ସକାଳୁ ମନ୍ଦିରରେ ଗଣେଶ ଙ୍କର ଆଳତି କରାଯାଇଥିଲା, ଏହାପରେ ମହାସ୍ନାନ, ନୂତନବସ୍ତ୍ର ପରିଧାନ, ଚନ୍ଦନ ସିନ୍ଦୁର ଫୁଲହାର ଦ୍ୱାରା ସଜ୍ଜିତ କରାଯାଇ ମିଷ୍ଟର୍ନ ,ଫଳ ଭୋଗ ଲାଗି କରାଯାଇଥିଲା । ମଧ୍ୟାର୍ଣ୍ଣ ରେ ଉପଚାର ପୂଜା ଓ ହୋମ ଜଜ୍ଞ ଅନୁଷ୍ଠିତ ହୋଇଥିଲା ।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *