#Breaking News

ଜିଲ୍ଲାପାଳ ଏବଂ ସାଂସଦଙ୍କ ଦ୍ଵାରା ମମତା ସମର୍ଦ୍ଧିତ


ବରଗଡ଼ ୧୦/୯(ସତ୍ୟ ନାରାୟଣ ପ୍ରଧାନ) ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଶେଷ ହୋଇଥିବା ରାଜ୍ୟ ସ୍ତରୀୟ ଦୈ।ଡକୁଦ ପ୍ରତିଯୋଗିତା ରେ ବରଗଡ଼ ଜିଲ୍ଲା ରୁ ପ୍ରତିନିଧିତ୍ଵ କରିଥିବା ମହିଳା ଆଥଲେଟ୍ ମମତା ପ୍ରଧାନ କୃତୀତ୍ବ ହାସଲ କରିଥିବାରୁ ଜିଲ୍ଲାପାଳ ମନୀଷା ବାନାର୍ଜୀ ଏବଂ ରାଜ୍ୟ ସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଆଜି ତାଙ୍କୁ ଉପଢ଼ୌକନ ଦେଇ ସମର୍ଦ୍ଧିତ କରିଥିଲେ। ସୁଶ୍ରୀ ପ୍ରଧାନ ୮୦୦ ମିଟର ଏବଂ ୧୫୦୦ ମିଟର ଦୈ।ଡରେ ରାଜ୍ୟ ସ୍ତରରେ ପ୍ରଥମ ସ୍ଥାନ ହାସଲ କରିଥିଲେ। ଆଜି ସେ ବରଗଡ଼ ଫେରିବା ପରେ ଜିଲ୍ଲାପାଳ ତଥା ଜିଲ୍ଲା କ୍ରୀଡ଼ା ସ°ସଦର ସଭାନେତ୍ରୀ ମନୀଷା ବାନାର୍ଜୀ ଏବଂ ରାଜ୍ୟ ସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ମମତା ଙ୍କୁ ସମର୍ଦ୍ଧିତ କରିଥିଲେ। ଏହି ଅବସରରେ ଜିଲ୍ଲା କ୍ରୀଡ଼ା ସ°ସଦର ସାଧାରଣ ସମ୍ପାଦକ କିଶୋର ଚନ୍ଦ୍ର ମିଶ୍ର,ଏଥଲେଟିକ ସମ୍ପାଦକ ଶ୍ରୀ ସିଂ, ଉପ ସଭାପତି ଯୁଗଳ ସିଂ,ଇନଡୋର ଗେମ୍ ସମ୍ପାଦକ ରବିନାରାୟଣ ପଣ୍ଡା,କାର୍ଯ୍ୟ କାରୀ କମିଟି ସଭ୍ୟ ମହେନ୍ଦ୍ର କୁମାର ଦାଶ,ଦିଲ୍ଲୀପ ସାଉଡିଆ, ନବୀନ ଲାଠ, ଫୁଟବଲ ସମ୍ପାଦକ ମହମ୍ମଦ ଇଦ୍ ରିଶ ପ୍ରମୁଖ ଶୁଭେଚ୍ଛା ଜଣାଇଥିଲେ।

Leave a comment

Your email address will not be published. Required fields are marked *