#Breaking News

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଜଣେ ମୃତ : ଜଣେ ଗୁରୁତର


ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ବାରଖମା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଖରାପ ହୋଇଥିବା ଅଟୋ ସଜାଡ଼ୁଥିବା ବେଳେ ପଛପଟୁ ଧକ୍କା ଦେଇଥିଲା ମୋଟରସାଇକେଲ । ଅଟୋ ସଜାଡ଼ୁଥିବା ପିତବାସ ଦିଗାଳ ନାମକ ଯୁବକ ମୃତ । ସୂଚନା ପ୍ରକାରେ ସନ୍ଧ୍ୟା ସମୟରେ କାମ୍ବାରକିଆ ଗ୍ରାମର ରବିଚନ୍ଦ୍ର ଦିଗାଳ ନାମକ ଜଣେ ବ୍ୟକ୍ତି ନିଜ ଅଟୋ ନେଇ ବାରଖମାରୁ ସୁଡ୍ରା ଯାଉଥିବା ସମୟରେ ସିରୁବାଲି ନିକଟ ଗାନ୍ଧୀ ନଗରଠାରେ ହଠାତ୍ ଅଟୋର ଷ୍ଟାର୍ଟ ବନ୍ଦ ହୋଇଯାଇଥିଲା । ଏହାପରେ ସେ ଜାର୍ଗୀ ଗ୍ରାମର ପିତବାସ ଦିଗାଳ ନାମକ ଜଣେ ଯୁବକଙ୍କୁ ସାହାଯ୍ୟ କରିବାକୁ ଡାକିଥିଲେ । ଅଟୋ ପଛପଟେ ଉଭୟ ଠିଆହୋଇ ଗାଡ଼ି ସଜାଡ଼ୁଥିବା ସମୟରେ ଏକ ମୋଟର ସାଇକେଲରେ ଦୁଇଜଣ ଯୁବକ ଦୃତ ଗତିରେ ଆସି ଅଟୋକୁ ପଛପଟୁ ଧକ୍କା ଦେଇଥିଲେ । ଫଳରେ ରବିଚନ୍ଦ୍ର ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ପିତବାସ ଦିଗାଳ ଗୁରୁତର ଆହତ ହୋଇଥିଲେ । ଗୁରୁତର ଅବସ୍ଥାରେ ପରିବାର ଲୋକେ ପିତବାସଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ଡାକ୍ତର ପିତବାସଙ୍କୁ ମୃତ ଘୋଷଣା କରିଛନ୍ତି । ଏନେଇ ପରିବାର ପକ୍ଷରୁ ବାଲିଗୁଡ଼ା ଥାନାରେ ଲିଖିତ ଅଭିଯୋଗ ହୋଇଛି । ଅଭିଯୋଗ ପ୍ରକାରେ ପୋଲିସ୍ ତଦନ୍ତ ଆରମ୍ଭ କରିଛି ।

Leave a comment

Your email address will not be published. Required fields are marked *