#Breaking News

ପରବାସିସମାଜସେବାସମ୍ମାନ_୨୦୨୧ ରେ ସମ୍ମାନିତ ହେଲା ନିଷ୍ଠା ପରିବାର

………………….

ବରଗଡ଼ ୧୩/୯ ପଶ୍ଚିମ ଓଡିଶା ର କୃଷି ଭିତ୍ତିକ ମହାନ ଗଣପର୍ବ ” ନୂଆଁଖାଇ ” ଅବସରରେ ‘ପରବାସି କୁଟୁମ୍” ବିଜେପୁର ଦ୍ବାରା ଆୟୋଜିତ ନୂଆଁଖାଇ ଭେଟ୍ -୨୦୨୧ କାର୍ଯ୍ୟକ୍ରମରେ ବରଗଡ ଜିଲ୍ଲା ର ଅଗ୍ରଣୀ ସମାଜ ସେବୀ ସଂଗଠନ “ନିଷ୍ଠା ପରିବାର ” କୁ ରକ୍ତଦାନ , ରୋଗୀ ସେବା, ଅସହାୟ ବ୍ୟକ୍ତି ବିଶେଷଂକ ସେବା, କୋଭିଡ ରୋଗୀଂକର ଶବ ସତ୍କାର , ଅସହାୟଂକ ଥଇଥାନ ଆଦି ସେବା ପାଇଁ ” ପରବାସି ସମାଜସେବା ସମ୍ମାନ – ୨୦୨୧ ” ରେ ସମ୍ମାନିତ କରାଯାଇଅଛି। ଏହି କାର୍ଯ୍ୟକ୍ରମ ରେ ଅଧ୍ୟାପକ ସୁଶାନ୍ତ କୁମାର ମିଶ୍ର ସଂଯୋଜନା କରିଥିବା ବେଲେ , ମୁଖ୍ୟ ଅତିଥି ପଶ୍ଚିମ ଓଡିଶାର ଲୋକ କବିରତ୍ନ ହଲଧର ନାଗ , ସମ୍ମାନିତ ଅତିଥି ଡା. ରାମକୃଷ୍ଣ ପୁରୋହିତ ତଥା ମୁଖ୍ୟ ବକ୍ତା ଭାବରେ ବିଶିଷ୍ଟ ସାହିତ୍ୟିକ ଉତ୍ପନ୍ନ କୁମାର ଭୋଇ ଯୋଗଦାନ କରିଥିଲେ। ଏହି ସମ୍ମାନିତ ଅବସରରେ ନିଷ୍ଠା ପରିବାର ତରଫରୁ ସଂପାଦକ ଅଶ୍ବିନୀ ତ୍ରିପାଠୀ , ଉପଦେଷ୍ଟା ଉତ୍ତମ ଦାଶ, ବିଦ୍ୟାଧର ଭୋଇ,ହେମାଂଚଲ ସାହୁ ଏବଂ ରାତ୍ର ପ୍ରଧାନ ଯୋଗଦାନ କରିଥିଲେ।

ଦିଶା’ ର ତୃତୀୟ ବୈଠକ

Leave a comment

Your email address will not be published. Required fields are marked *