#Breaking News

ପାର୍କ କାମ ନିମ୍ନ ମlନର ଅଭିଯୋଗ ପଥର ପେଚିଙ୍ଗ ଭୁଶୁ ଡ଼ିଲା, ତଦନ୍ତ ଦାବୀ


ଫୁଲବାଣୀ -13/9(ସୁନୀଲ ପଟନାୟକ )
ଫୁରୁସତ ସମୟରେ ଫୁଲବାଣୀ ସହର ବାସି ଙ୍କ ମନ ଫୁର୍ତି ପାଇଁବଜ଼ାର ରେ ଥିବା ବଡ଼ବନ୍ଧ ର ଉନ୍ନତି କରଣ କରିବା ସହ ଚାରିପଟେ ଫୂଟ ପାଥ କରାଯିବ ସହ ସୌନ୍ଦର୍ଯ୍ୟ କରଣ କରାଯାଉଛି l
ତେବେ ଏହାର ନିର୍ମାଣ କାମ ଅତ୍ୟନ୍ତ ନିମ୍ନ ମାନର ଅଭିଯୋଗ ହେଊଛିl ବନ୍ଧ ର ପଙ୍କ ଉଦ୍ଧାର କାର୍ଯ୍ୟ ମଧ୍ୟ ଠିକ ଭାବେ ହୋଇନଥିବା ବେଳେ ଚାରି ପଟେ ସିମେଣ୍ଟ ଦେଇପଥର ପେଚିଙ୍ଗ କାମ ହେଉଛି lହେଲେ
ଏହି କାମ ନିମ୍ନ ମାନର ହୋଇଥିବା ରୁ
କାମ ନ ସରୁଣୁ ଭୁଶୁଡିବାରେ ଲାଗିଛି l ପାର୍କ ସମ୍ପର୍କରେ ଏତେଟା ଅଭିଜ୍ଞତା ନଥିବା ଠିକା ଦlର ଜଣକ କୁଆଡେ ଟେଂଡର ପାଇ କାମ କରୁଥିବା ଫଳରେ କାମ ଠିକ ହେଇପାରୁନଥିବା ଦେଖାଯାଉଛି l
ଅଭିଯୋଗ କଲେ ଶୁଣୁନି ଠିକାଦାର l
ପୂର୍ତ୍ତ ବିଭାଗ ପକ୍ଷରୁ ଏହି ନୂତନ ପାର୍କ ନିର୍ମାଣ ହେଉଛି l
ଜ଼ିଲ୍ଲାପାଳ ଓ ପୂର୍ତ୍ତ ବିଭାଗ ନିଵାହୀ ଯନ୍ତ୍ରୀ ଏଥିପ୍ରତି ଦ୍ରୁଷ୍ଟି ଦେଇ ଆବଶ୍ୟକ ଦୃଢ କାର୍ଯ୍ୟା ନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣ ରେ ଦାବୀ ହେଉଛି l

Leave a comment

Your email address will not be published. Required fields are marked *