ବର୍ଷ।ରେ କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟି ସହାୟତା କଲେ ବିଡିଓ
Udaya_Labanya | September 15, 2021 | 23 views |0 | Breaking News
ଫୁଲ ବାଣୀ-୧୫/୯(ସ୍ଥନୀଲପଟ୍ଟନାୟକ)
ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ କନ୍ଧମାଳ ଜିଲ୍ଲାରେ ଲଗାଣ ଝଡି ବର୍ଷା ଓ ପବନ ଲାଗି ରହିବା ଫଳରେ ଜିଲ୍ଲାର ବିଭିନ୍ନ ନଦୀ ନାଳରେ ପ୍ରବଳ ବନ୍ୟାଜଳ ପ୍ରବାହିତ ହେବା ସହ ବିଭିନ୍ନ ଅଞ୍ଚଳରେ ଘର ଦ୍ଵାର ମଧ୍ଯ ଭୁଷୁଡି ଯାଇଥିଲା ସେହିପରି ତୁମୁଡିବନ୍ଧ ବ୍ଲକ ରେ ମଧ୍ୟ ଲଗାଣ ବର୍ଷାରେ କ୍ଷୟ କ୍ଷତି ହୋଇଛି ।
ଏହି ବ୍ଳକ ଅନ୍ତର୍ଗତ ବେନାରବାହାଲ ର ଜଣେ ଗରୀବ ଦିନ ମଜୁରିଆ ଅକ୍ଷୟ ଦଣ୍ଡସେନାଙ୍କ ଝୁମ୍ପୁଡି ଘରଟି ଲଗାଣ ବର୍ଷାରେ ଭାଙ୍ଗି ମାଟିରେ ମିଶିଯାଇଥିଲା। ଏନେଇ ତୁମୁଡିବନ୍ଧ ବିଡିଓ ରୀନା ପ୍ରଧାନଙ୍କ ନିକଟରେ ଖବର ପହଞ୍ଚିବା ପରେ ରୀନା ବିଳମ୍ବ ନକରି ତତକ୍ଷଣାତ ବେନାରବାହାଲ ରେ ପହଞ୍ଚି ଅକ୍ଷୟଙ୍କ ସୁବିଧା ଅସୁବିଧା କଥା ବୁଝିବା ସହ ରିଲିଫ ସାମଗ୍ରୀ ଯୋଗ।ଇଦେଇଥିଲେ । ଏଥି ସହ ତାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଗୃହଯୋଗାଇଦେବା ଲାଗି ଉଦ୍ୟମ କରିବେ ବୋଲି ପ୍ରତିଶୃତି ଦେଇଥିଲେ ।
ବିଡ଼ିଓ ଙ୍କ ରୀନାଙ୍କ ସମୟୋଚିତ ପଦକ୍ଷେପକୁ ସ୍ଥାନୀୟ ଲୋକେ ବେଶ ପ୍ରସ ସାଂ କରିଛନ୍ତି ।
ସେହିପରି ଲଗାଣ ବର୍ଷାରେ ବ୍ଲକ ଅଧିନ ରେ ଥିବା ସମସ୍ତ ପଞ୍ଚାୟତସରପଞ୍ଚ ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ମାନଙ୍କୁ ଯୋଗାଯୋଗ କରି ଅଞ୍ଚଳର ସୁବିଧା ଅସୁବିଧା କଥା ପଚାରି ବୁଝୁଛନ୍ତି । ଲଗାଣ ବର୍ଷାର ସବିଶେଷ ରିପୋର୍ଟ ଆସିବାପରେ ବ୍ଳକ ଅଞ୍ଚଳରେ କେଉଁଠି କଣସବୁ କ୍ଷତି ଘଟିଛି ଜଣା ପଡିବ।ଓ ଏହା ପରେ ବ୍ଳକ ପ୍ରଶାସନ ପକ୍ଷରୁ ସମସ୍ତ ସହାୟତା ପ୍ରଦାନ କରାଯିବ ବୋଲି ଜଣାପଡିଛି।