#Breaking News

ବାଲି ନ ନେବା ପାଇଁ ତହସିଲ ଦାରଙ୍କୁ ଦାବିପତ୍ର ପ୍ରଦାନ


ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବ୍ଲକର କଟିମାହା ପଞ୍ଚାୟତ ର ପ୍ରଧାନପଡା ଗ୍ରାମବାସୀ ତଥା ପ୍ରଧାନପଡା ଯୁବକ ସଂଘ ଓ ଏସଏଚଜି ଗ୍ରୁପ ତରଫରୁ ଟିକାବାଲି ତହସିଲ କାର୍ଯ୍ୟାଳୟ ରେ ପହଂଚି ତହସିଲଦାର ଙ୍କୁ ପ୍ରଧାନପଡ଼ା ରୁ ବାଲି ନ ନେବା ନିମନ୍ତେ ଏକ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ l ପ୍ରଧାନପଡ଼ା ଗାଁ ମଝିରେ ପ୍ରତି ଦିନ ୩୦ରୁ ଉର୍ଦ୍ଧ ଟ୍ରାକ୍ଟର ବାଲି ବୋଝେଇ ନେବା ଆଣିବା କରିବା ଦ୍ୱାରା ପ୍ରଧାନପଡା ଗ୍ରାମବାସୀ ଙ୍କୁ ରାସ୍ତା ରେ ଯାତାୟାତ ରେ ଅନେକ ଅସୁବିଧା ହେଉଛି l ପ୍ରଧାନପଡ଼ା ମୁଖ୍ୟ ପିଚୁ ରାସ୍ତା ରୁ ନଦୀ କୁ ଯିବା ରାସ୍ତା ରେ ପ୍ରଧାନପଡ଼ା ପ୍ରାଥମିକ ବିଦ୍ୟାଳୟ ଅବସ୍ଥିତ। ରାସ୍ତା ରେ ଖାଲଖମା ହେତୁ ପ୍ରତିଦିନ ଅସୁବିଧା ହେଉଥିବା ବିଷୟ ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ଅଙ୍ଗନୱାଡ଼ି କେନ୍ଦ୍ର ର ଛୋଟ ପିଲା ଠୁ ସ୍କୁଲ ଛାତ୍ର ଛାତ୍ରୀ ସେହି ରାସ୍ତା ରେ ଯାତାୟାତ କରନ୍ତି । ଏହାକୁ ବନ୍ଦ କରିବା ନିମନ୍ତେ ଉକ୍ତ ଗ୍ରାମବାସୀ ମାନେ ତହସିଲଦାରଙ୍କ ନିକଟରେ ଦାବି ପତ୍ର ପ୍ରଦାନ କରିଛନ୍ତି।

Leave a comment

Your email address will not be published. Required fields are marked *