#Breaking News

ସନ୍ତୋସି ମାଙ୍କ ନୂତନ ମନ୍ଦିର ପ୍ରତିଷ୍ଠା

ଢେଙ୍କାନାଳ,ଢେଙ୍କାନାଳ ସହରର ଭାଗୀରଥି ସାଗର କୂଳରେ ଆଜି ମା ସଂତୋଷିଙ୍କର ଏକ ନୂତନ ମନ୍ଦିର ପ୍ରତିଷ୍ଠା ହୋଇଯାଇଛି । ଦୀର୍ଘ 50 ବର୍ଷ ହେଲା ମନ୍ଦିର ଟି ନିର୍ମିତ ହୋଇରହିଥିଲେ ମଧ୍ୟ ଦୈଵ କୃପା ଅଭାବରୁ ସମ୍ପୂର୍ଣ ହୋଇପାରିନଥିଲା । କିନ୍ତୁ ଏହା ଏକ ପୂର୍ଣ୍ଣତା ଲାଭ କରିଛି । ଦୀର୍ଘ 5 ଦିନ ଧରି ଯେଉଁ ପ୍ରତିଷ୍ଠା ଉସ୍ଛବ କାର୍ଯ୍ୟ ଚାଲୁରହିଥିଲା, ଆଜି ଥିଲା ତାହାର ପୂର୍ଣ୍ଣାହୁତି ଉସ୍ଛବ । ପ୍ରଥମ ଦିନ ଠାରୁ ଅଙ୍କୁରା ରୋପଣ ହେଲା, ଏହା ପରେ କଳସ ସ୍ଥାପନ କରାଯାଇଥିଲା । ଦ୍ୱିତୀୟ ଦିନ ମହାସ୍ନାନ କରାଯାଇଥିଲା । ତୃତୀତ ଦିନ ସର୍ବ ଦେବତାମାନଙ୍କୁ ପୁଜାର୍ଚନା ଦ୍ୱାରା ଆମନ୍ତ୍ରିତ କରାଯାଇଥିଲା । ଏହାପରେ ମହାସ୍ନାନ କରାଯାଇ ନିଦ୍ରା ଯାଇଥିଲେ । ଗତକାଲି ରାତ୍ର 3.15 ରୁ 6.15 ମଧ୍ୟରେ ମା ଙ୍କୁ ମଞ୍ଚ।ସିନ କରାଯାଇଥିଲା । ଆଜି ମାଆ ଙ୍କର ଷୋଡଶ ଉପକାର ପୂଜା କରାଯାଇ ଦର୍ଶନ କରାଯିବ । ଲୋକମାନଙ୍କ ଦ୍ବାରା ମା ଙ୍କ ଠାରେ ବିଭିନ୍ନ ପିଠା ମିଠା ଭୋଗ ଲାଗି କରାଯାଇଥିଲା । ଆଜି ଶେଷରେ ପୂର୍ଣ୍ଣାହୁତି ଦିଆଯାଇ ପାର୍ଶ୍ଵ ଦେବଦେବୀ ମାନଙ୍କୁ ସ୍ଥାପନ କରାଯାଇଛି । ମନ୍ଦିରର ପ୍ରତିଷ୍ଠାତା ନବିନ ଚନ୍ଦ୍ର ନାରାୟଣ ଦାସ,ପୂଜକ ଅମରେନ୍ଦ୍ର ନାଥଶର୍ମା ଙ୍କ ସମେତ ଅନ୍ୟ ପଣ୍ଡିତ ମାନଙ୍କ ପ୍ରତେକ୍ଷ ତତ୍ୱବାଧାନରେ ଏହି ପୂଜାବିଧି ସମ୍ପାଦିତ ହୋଇଯାଇଛି ।

Leave a comment

Your email address will not be published. Required fields are marked *