#Breaking News

ବିପ୍ଲବୀ ସାରଂଗଧରଙ୍କ ପ୍ରତିମୂର୍ତ୍ତିରେ ଢେଙ୍କାନାଳ ଥିଙ୍କର୍ଷ ଫୋରୁମ ପକ୍ଷରୁ ଶ୍ରଦ୍ଧାଞ୍ଜଳି

ଢେଙ୍କାନାଳ(ଉଲାପ୍ର)ଢେଙ୍କାନାଳ ସହରର ବଳଦେବଜୀଉ ମନ୍ଦିର ନିକଟରେ ସ୍ଥାପିତ ହୋଇଥିବା ସାରଂଗଧର ଙ୍କର ପ୍ରତିମୂର୍ତ୍ତିରେ ଢେଙ୍କାନାଳ ଥିଙ୍କର୍ଷ ଫୋରୁମ ତରଫରୁ ତାଙ୍କ ତିରୋଧାନ ଦିବସ ରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା । ବିପ୍ଲବୀ ସାରଂଗଧର ଦାସ ଅନ୍ଧାରିମୂଲକ ଶୋଷିତ ପ୍ରଜାମାନଙ୍କର ପ୍ରାଣକର୍ତ୍ତା ତଥା ଗଡ଼ଜାତ ଗାନ୍ଧୀ ରୂପେ ପରିଚିତ ହୋଇଥିଲେ । 1886 ମସିହାରେ ଢେଙ୍କାନାଳ ସହରର ହରେକୃଷ୍ଣପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସଂଗ୍ରାମୀ ସାରଂଗଧର ଦାସ ଙ୍କୁ ଢେଙ୍କାନାଳବାସୀ ତଥା ପ୍ରଶାସନ ତରଫରୁ ଉଚିତ ସଂମାନ ପାଇନଥିବାରୁ ସଂଗଠନ ଦୁଃଖ ପ୍ରକାଶ କରିଛି । ସ୍ବର୍ଗତ ବିପ୍ଲବୀ ସାରଂଗଧର ଦାସ ଙ୍କର ବୈପ୍ଳବିକ କାର୍ଯ୍ୟ ଢେଙ୍କାନାଳ ତଥା ଆଜିର ଯୁବସମାଜ ପାଇଁ ଶିକ୍ଷଣୀୟ ବୋଲି ଅନୁଷ୍ଠାନର ସଭାପତି ମତ ରଖିଥିଲେ । ଆଜିର ଏହି ପୁଷ୍ପମାଲ୍ୟ ଅର୍ପଣ ଉସ୍ଛବରେ ଢେଙ୍କାନାଳ ଥିଙ୍କର୍ଷ ଫୋରୁମ ର ସଭାପତି ସୋମେନ୍ଦୁ ଶତପଥୀ, ଉପସଭାପତି ନିମେଇଚାରଣ ସାହୁ, ଅନ୍ୟ ସଭ୍ୟ ମାନଙ୍କ ମଧ୍ୟରେ ପ୍ରକାଶ ଚନ୍ଦ୍ର ରାଉତ, ଭୋଜରାଜ ସାହୁ, ବୈକୁଣ୍ଠନାଥ ଦ୍ୱିବେଦୀ, ବିଶ୍ୱଜିତ ବରାଳ ଙ୍କ ସମେତ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ ।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *